Breaking News

ପ୍ରଧାନ ଶିକ୍ଷକ ଓ ସିଆରସିସି ବିରୋଧ ରେ ଆସିଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ



କଳାହାଣ୍ଡି ----- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ   ଶିକ୍ଷା ବିଭାଗ ର ମୁରସିଗ ନିଉ ପ୍ରାଇମେରୀ  ସ୍କୁଲ ର ଅନିୟମିତତା  ନେଇ  ଗତ କିଛି ଦିନ ତଳେ ଅଭିଯୋଗ  ନର୍ଲା   ବିଇଓ  ଓ ଜିଲ୍ଲା  ଶିକ୍ଷା ଅଧିକାରୀଙ୍କ  ଠାରେ   ହୋଇଥିଲା।  ଜିଲ୍ଲା ଶିକ୍ଷା ଅଧିକାରୀଙ୍କ  ନିର୍ଦେଶ  କ୍ରମେ  ନର୍ଲା  ବିଇଓ ନିରୁପମା  ଦୋରା ଓ ଏବିଇଓ  ଜୟସିଙ୍ଗ  ନିଆଲ  ମୁରସିଗ ସ୍କୁଲ ଆସି  ତଦନ୍ତ  କରିଥିଲେ। ଏହି  ତଦନ୍ତ ପରିଷରରେ  ଆସିଥିବା  ସ୍କୁଲର ପ୍ରଧାନ ଶିକ୍ଷକ  ରଥୁ  ସାହୁ, ସିଆରସି  କିଶୋର  ଭୋଇ  ଓ ସ୍କୁଲ  ପରିଚାଳନା କମିଟି ର ସଭାପତି  ଭଗବାନ  ଗହୀର କୁ  ପଚାରିବାରୁ  ସମସ୍ତ  କାଗଜପତ୍ର ଯାଞ୍ଚ  ସମୟରେ  ଠିକଠାକ ଥୁବାରୁ  ଏହି  ଅଭିଯୋଗ  ଭିତ୍ତିହୀନ  ବୋଲି  ପ୍ରକାଶ କରିଥିଲେ।ଏବିଈଓ  ଜୟସେନ ନିଆଲ ଓ ବ୍ଳକ  ଶିକ୍ଷା ଅଧିକାରିଣି  ନିରୁପମା  ଦୋରା  କୁ  ଫୋନ ଯୋଗେ ଯୋଗାଯୋଗ  କରାଯିବାରୁ  ସମ୍ପର୍କ ହୋଇ ପାରିନଥିଲା । ଏଥିରୁ ଜଣା ପଡେ ଯେ, କୌଣସି ଖଳ ନାୟକ ପ୍ରକୃତି ର ବ୍ୟକ୍ତି ନିଜର ବ୍ୟକ୍ତି ଗତ ରାଗ ସୁଝାଇବା ପାଇଁ ଗ୍ରାମ ଲୋକଙ୍କୁ ଉସୁକାଇ ଗ୍ରାମ ର ପ୍ରଧାନ ଶିକ୍ଷକ ଓ ସିଆରସିସି ଙ୍କ ବିରୋଧ ରେ ଚକ୍ରାନ୍ତ କରୁଥିବା ପ୍ରମାଣିତ ହୋଇଛି ।
କଳାହାଣ୍ଡି ରୁ ଜ଼ିଲ୍ଲା ପ୍ରତିନିଧି ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ , ୨୦/୧/୨୦୨୧---- ୧୨,୫୦

Blog Archive

Popular Posts