ଡେଲାଙ୍ଗରେ ୩ଟି ସେବା ସମବାୟ ସମିତିରେ ଧାନମଣ୍ଡି ଉଦଘାଟନ ; ପ୍ରଥମ ପାଳିରେ ୮ଶହ କୁଇଣ୍ଟାଲ ଧାନ ବିକ୍ରୟ
ଡେଲାଙ୍ଗ----- ଡେଲାଙ୍ଗ ବ୍ଲକ ଅଧିନସ୍ଥ କୋଠବାଡ ସେବା ସମବାୟ ସମିତି ଧାନମଣ୍ଡିକୁ ସମ୍ମଳିତ ପୁରୀ ନିମାପଡା କୋଅପୋରିଟିଭ ବ୍ୟାଙ୍କ ପୁର୍ବତନ ନିଦ୍ଦେର୍ଶକ ବୈରାଗୀ ଜେନା,ଡେଲାଙ୍ଗ ବ୍ଲକ ପୁର୍ବତନ ଆତ୍ମା ସଭାପତି ବସନ୍ତ ବେହେରା,ସେବା ସମବାୟ ସମିତିର ପୁର୍ବତନ ସଭାପତି ନବଘନ ପ୍ରଧାନ,ଉପସହକାରୀ ନିବନ୍ଧକ ସତ୍ୟଶଙ୍କର ମହାନ୍ତି,ସୁପରଭାଇଜର ପ୍ରଫୁଲ୍ଲ କୁମାର ସ୍ୱାଇଁ,ସମ୍ପାଦକ ଦିଲ୍ଲିପ କୁମାର ପରିଡା ପ୍ରମୁଖଙ୍କ ଉପସ୍ଥିତରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି ।ଏହି ଧାନମଣ୍ଡିରୁ ମିଲର ଅଭିରାମ ରାଇସମିଲ୍ ଚାଷିଙ୍କ ଧାନକ୍ରୟ କରିଥିବା ଜଣାପଡିଛି । ସେହିପରି ଡେଲାଙ୍ଗରେ ୩ଟି ସେବା ସମବାୟ ସମିତି ଜରିଆରେ ଧାନମଣ୍ଡି ଖୋଲାଯାଇଛି । ସେଗୁଡିକ ମଧ୍ୟରେ ମୁନିନ୍ଦା ପଞ୍ଚାୟତ ର ବାଲୁଙ୍କେଶ୍ୱର ସେବା ସମବାୟ ସମିତି ପ୍ରଥମ ଦିନରେ ୪ଶହ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବେଳେ କଲ୍ୟାଣପୁର ପଞ୍ଚାୟତ ବାଲିହୁଙ୍କା ସେବା ସମବାୟ ସମିତିରୁ ୧ଶହ କ୍ୱିଣ୍ଟାଲ ଧାନ କିଣାଯାଇଛି । ସେହିପରି ଡେଲାଙ୍ଗ କୋଠବାଡ ସେବା ସମବାୟ ସମିତିରେ ୩ଶହ କ୍ୱିଣ୍ଟାଲ ଧାନମଣ୍ଡି ରେ ଚାଷିମାନେ ବିକ୍ରିକରିଥିବା ସମବାୟ ସମିତି ପକ୍ଷରୁ ସୁଚନା ମିଳିଛି । ଡେଲାଙ୍ଗ ବ୍ଲକରେ ମୋଟ ୨୨ଟି ଧାନମଣ୍ଡି ଖୋଲିବାକୁ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ମାତ୍ର ୧୦ଟି ଧାନମଣ୍ଡି ଖୋଲିଥିବା ସମବାୟ ସମିତିର ସୁପରଭାଇଜର ପ୍ରଫୁଲ୍ଲ କୁମାର ସ୍ୱାଇଁ ସୁଚନା ଦେଇଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୧/୨୦୨୧---୮,୧୫