Breaking News

କର୍ମୀଟିକ୍ରାରେ ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର..



ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ର କର୍ମୀଟିକ୍ରା ଠାରେ ଭାରତୀୟ ଜନତା ପାର୍ଟି ର କାଠଡେରା ମଣ୍ଡଳ ଓ ପାହାଡ଼ଶ୍ରିଗିଡ଼ା ମଣ୍ଡଳ ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରଶିକ୍ଷଣ ଶିବିର ର ସଭାପତି ଶିବ ପ୍ରଧାନଙ୍କ ସଭାପତିତ୍ୱ କରିଥିବା ବେଳେ  ମୁଖ୍ୟ ଅତିଥି ବରଗଡ ସାଂସଦ ସୁରେଶ ପୂଝାରୀ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ପାର୍ଟି ର ବିଚାର ଧାରା ଉପରେ ଓ ପ୍ରଧାମନ୍ତ୍ରୀଙ୍କର ଜନ କଲ୍ୟାଣ ଯୋଜନା ଗୁଡିକ ଲୋକଙ୍କ ପାଖରେ କିଭଳି ଭାବରେ ପହଞ୍ଚିବ ସେ ବିଷୟରେ ଉଦବୋଧନ ଦେଇ ଥିଲେ। ବରିଷ୍ଠ ବିଜେପି ନେତା ସୁଶାନ୍ତ ମିଶ୍ର ମଞ୍ଚ ପରିଚାଳନା ସହ ସ୍ୱାଗତ ଭାଷଣ ଦେଇଥିଲେ ।
ସମ୍ବାନୀତ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁରେଶ୍ୱର ଶତପଥୀ,ମିଳନ ସେଠ ଯୋଗଦେଇ ଥିବାବେଳେ କୁଶ କୁମ୍ଭାର,ବିପିନ ଭୁସାଗର,ଯୁବରାଜ ପ୍ରଧାନ,ଚିତ୍ତ ରଞ୍ଜନ ଭୋଇ,ଭରତ ବେହେରା, ସୁରେନ୍ଦ୍ର ସ୍ୱାଇଁ ମଞ୍ଚାସିନ ଅତିଥି ଭାବରେ ରହିଥିଲେ। ଏଥିରେ କାଠଡେରା ମଣ୍ଡଳ ଓ ପାହାଡ଼ ଶ୍ରୀଗିଡା ମଣ୍ଡଳର ବହୁ ସକ୍ରିୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗଦେଇ ଥିଲେ।ଶେଷରେ ସୁଦାମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍

Blog Archive

Popular Posts