ନିକିତା ହତ୍ୟାକାଣ୍ଡର ଦୋଷୀଙ୍କୁ ଫାଶୀ ଦାବିରେ ମହିଳା ଅଧିକାର ମଞ୍ଚ ଓ ଭାରତ ବଞ୍ଚାଅ ମଞ୍ଚ ପକ୍ଷରୁ ବିକ୍ଷୋଭ
ଭୁବନେଶ୍ୱର, ତୌସିଫ ନାମକ ଯୁବକକୁ ବିବାହ କରିବା ପାଇଁ ମନା କରିବାରୁ ନିକିତାକୁ କଲେଜ ଫେରିବା ବାଟରେ ହତ୍ୟା କରାଯାଇଥିଲା । ଘଟଣାଟି ଚପେଇ ଦେବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଅନୈତିକ ପ୍ରୟୋଗ କରାଯାଇ ଚାପ ସୃଷ୍ଟି କରାଗଲା । ଏହା କୌଣସି ଛୋଟ ମୋଟ ସାଧାରଣ ଘଟଣା ନୁହେଁ । ସବୁ କିଛି ପ୍ରମାଣ ସାମ୍ନାରେ ଉପଲବ୍ଧ ଥିବା ବେଳେ ଦୋଷୀକୁ ଦଣ୍ଡ ଦେବାରେ ବିଳମ୍ବ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି। ନ୍ୟାୟ ପଦ୍ଧତିରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଭାବରେ ଫାଶୀ ଦଣ୍ଡ ବିଧାନ କରାଯାଇ ନିକିତାକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଭାରତ ବଞ୍ଚାଅ ମଞ୍ଚ ପକ୍ଷରୁ ଦାବି କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି