ଯାଜପୁର ଜିଲ୍ଲା ରେ ମହାଲକ୍ଷ୍ମୀଙ୍କ ପୃଜା ଅନୁଷ୍ଠିତ
ଯାଜପୁରରେ ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା ଗଜଲକ୍ଷ୍ମୀ । କୋଭିଡ କଟକଣା ମଧ୍ୟରେ ଚାଲିଛି ମାଆଙ୍କର ପୂଜାର୍ଚ୍ଚନା। ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମରେ ପରିବେଶ ପଙ୍କପିତ ହୋଇ ଉଠେ। ଚଳିତ ବର୍ଷ କୋଭିଡ କଟକଣା ଯୋଗୁ ମାଆଙ୍କର ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହେଉଛି । କିନ୍ତୁ ହେଲେ ଶ୍ରଦ୍ଧାଳୁ ଙ୍କର ସମଗମ ନାହିଁ। କୋଭିଡ ର ସମସ୍ତ ନିୟମକୁ ଅନୁକରଣ କରି ମହାଲକ୍ଷ୍ମୀ ମଣ୍ଡପର ସମସ୍ତ ସଦସ୍ୟ ମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି। ଏହିପୂଜା 8 ଦିନ ଧରି କରାଯିବ ବୋଲି କାର୍ଯ୍ୟକ୍ରମ ରହିଛି।ତେବେ କିପରି ମାଆଙ୍କର ପୂଜା ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହେବ ସେଥିପାଇଁ ସ୍ଥାନୀୟ ସମସ୍ତ ସଦସ୍ୟ ଏବଂ ସ୍ଥାନୀୟ ବାସିନ୍ଦା ସହ ଯୋଗଦାନ କରିଛନ୍ତି।
ଯାଜପୁର ରୁ ଶିବୁ ମହାନ୍ତି