ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ହୃଦଘାତରେ ପରଲୋକ
ଜଟଣୀ ----ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର ଙ୍କ ୭୦ ବର୍ଷ ବୟସରେ ହୃଦଘାତରେ ଆଜି ପରଲୋକ ହୋଇଯାଇଛି। ସେ ୭୦ ରୁ ଉର୍ଦ୍ଧ୍ୱ ଚଳ ଚିତ୍ର ରେ ନିର୍ଦ୍ଦେଶନା, ସଂଳାପ, ଚିତ୍ର ଉତ୍ତୋଳନ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହା ଛଡା ସେ ଟେଲିଭିଜନ ଅନେକ ଧାରାବାହିକ ନିର୍ମାଣ ସହିତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ୬୪ ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ର ମୁଖ୍ୟ ସଦସ୍ୟ ଥିଲେ । ଏହା ଛଡା ଜାତୀୟ ସ୍ତରରେ ଅନେକ କଳାତ୍ମକ ଚଳଚ୍ଚିତ୍ର ନିର୍ମାଣ କରି ଦେଶ ବିଦେଶ ରେ ସୁନାମ ଅର୍ଜନ କରିଥିଲେ। ସେ ୧୯୪୯ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଦେହାନ୍ତରେ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି।
ଜଟଣୀ ରୁ ରଙ୍ଗନାଥ ବେହେରା
.