Breaking News

କାର୍ତ୍ତିକ ମାସ ଆରମ୍ଭରୁ ସାରୁ, ଅଦା, ଓଉ ଦର ବଡିଲା

 ସାକ୍ଷୀଗୋପାଳ ----- କାର୍ତ୍ତିକ ମାସ ଆରମ୍ଭରୁ ବଜାରରେ ସାରୁ ,କଞ୍ଚା କଦଳୀ,  ଅଦା, କମଳା ଓ ଓଉ ଦର ବଡିଯାଇଛି । ଏପରିକି ବଜାରରେ ଭଲ ସାରୁ କିଲୋ ପିଛା ୪୦ ରୁ ୪୫ ଟଙ୍କା ରେ ବିକ୍ରୟ କରାଯାଉଛି ।  ସେହିପରି ଶୁଖିଲା ଅଦା କିଲେ ପ୍ରତି ୧୦୦ ଟଙ୍କାରୁ ୮୦ ଟଙ୍କା ରହିଛି । ଓଉ ଗୋଟାପ୍ରତି ୭ରୁ ୧୦ ଟଙ୍କା, ସେହିପରି କଞ୍ଚାକଦଳୀ ଗୋଟାକୁ ୭ରୁ ୧୦ ଟଙ୍କାରେ ବିକ୍ରୟ କରାଯାଉଛି । ଯେଉଁ କମଳା ୨ଟଙ୍କାରେ ବଜାରରେ ମିଳୁଥିଲା ଏବେ ତାହା ୫ଟଙ୍କାରେ କାର୍ତ୍ତିକ ମାସ ଆରମ୍ଭରୁ ବିକ୍ରୟ କରାଯାଉଛି ବୋଲି ଗ୍ରାହକ ମାନେ କହନ୍ତି ।  ଅନ୍ୟ ପକ୍ଷେ କୋଭିଡ-୧୯ ଆଇନ ଓ କରୋନା ଭୟରେ ଲୋକମାନେ ନିଜ ଘରେ ରହି କାର୍ତ୍ତିକ ବା ହବିଷ କରୁଛନ୍ତି । ଯାହାକି ସେମାନଙ୍କ ପାଇଁ ସାରୁ, କଦଳୀ, ଅଦା , କମଳା , ମୁଗଡାଲି ଦରକାର ହୋଇଥାଏ ।  ଏହାକୁ ନେଇ ବଜାରରେ ସାରୁ , ଅଦା, କଦଳୀ, କମଳା ଏଗୁଡିକର ଦର ବଡିଯାଇଥିବା ଜଣାପଡିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts