ମାଙ୍କଡ ଧରିବାରେ ଜଙ୍ଗଲ ବିଭାଗ ବିଫଳ
ସାକ୍ଷୀଗୋପାଳ----ରଙ୍ଗଣିସାହି, ମଠସାହି, ବାସୁକେରା, ହୋତାସାହିରେ ଏକ ପାଗଳ ମାଙ୍କଡ ଆଜକୁ ଦଶ ଦିନ ହେବ ଆତଙ୍କ ସୃଷ୍ଟି କରୁଛି । ଏକୁଟିଆ ଦେଖିଲେ ମାଙ୍କଡଟି ଲୋକମାନଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଉଛି । ସ୍ଥାନୀୟ ଲୋକମାନେ ଜଙ୍ଗଲ ବିଭାଗରେ ଅଭିଯୋଗ କରିବା ପରେ ଆଜି ମାଙ୍କଡ ଧରିବା ପାଇଁ ପିଞ୍ଜରା ଧରି ଜଙ୍ଗଲ ବିଭାଗର ଜଣେ ଜଗୁଆଳି କର୍ମଚାରୀ ଆସିଥିଲେ । ମାତ୍ର ଦୁଖଃର ବିସୟଯେ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ନ ଆସି ଜଣେ ଜଗୁଆଳିଙ୍କୁ ମାଙ୍କଡ ଧରିବା ପାଇଁ ପଠାଇବା କେତେଦୁର ସମ୍ଭବପର ତାହା ଏବେ ଜନସାଧାରଣରେ ପ୍ରଶ୍ନବାଚୀ ହୋଇପଡିଛି । ଜଗୁଆଳି ଜଣଙ୍କ ମନ୍ଦିର ରସ୍ତାର ରଙ୍ଗଣିସାହି ଛକ ନିକଟରେ ଥିବା ରନ୍ତେଶ୍ୱର ମହାଦେବଙ୍କ ମନ୍ଦିର ସମ୍ମୁଖରେ ପିଞ୍ଜରାଟି ଥୋଇ କିଛି ସମୟ ମାଙ୍କଡଟିକୁ ଧରିବା ପାଇଁ ଅପେକ୍ଷା କରି ବସି ରହିବା ପରେ ପଳାଇଥିଲେ । ଯାହାକି ମାଙ୍କଡ ଧରିବାରେ ଜଙ୍ଗଲ ବିଭାଗ ବିଫଳ ବୋଲି ସ୍ଥାନୀୟ ଗ୍ରାମ ବାସି ମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି