Breaking News

ଭୁବନେଶ୍ୱର ରେ ଖୋଲିଲା ସାଇବର କମ୍ପ୍ଲେକ୍ସ ; ଶୁଭାରମ୍ଭ କଲେ ପୋଲିସ ଡିଜି


   ଭୁବନେଶ୍ୱର ---ଭୁବନେଶ୍ୱର କୁ ସ୍ଥାନାନ୍ତରିତ ହେଲା ସାଇବର କମ୍ପ୍ଲେକ୍ସ । ପୂର୍ବରୁ କ୍ରାଇମବ୍ରାଞ୍ଚ ର ସାଇବର ଥାନା କଟକ ରେ ରହିଥିଲା ।  ତାହା ଏବେ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ସାଇବର କ୍ରାଇମ ର ତଦନ୍ତ ପାଇଁ  ଏଠାରେ ଟ୍ରେନିଂ ଦିଆଯିବ । ଏଠାରେ 6 ମାସ ମଧ୍ୟରେ ରାଜ୍ୟ ପୋଲିସ ର ସୋସିଆଲ ମିଡିଆ ସେଲ ଆରମ୍ଭ କରାଯିବ ।ଏନେଇ ଜାତୀୟ ପୋଲିସ କୁ ଅନୁରୋଧ କରଯାଇଛି  ଏଠାରେ  ଟ୍ରେନି କରିବାକୁ ।ଏଠାରେ 200 ଜଣ ପୋଲିସ କୁ ଟ୍ରେନି ଦିଆଯିବ। ଏହି ସାଇବର କମ୍ପ୍ଲେକ୍ସ ରେ ସାଇବର କ୍ରାଇମ  ର ଅନୁସନ୍ଧାନ ପାଇଁ ନୂଆ ନୂଆ ଟେକନୋଲୋଜି ର ବ୍ୟବହାର କରାଯିବ।ଏବେ ରାଜ୍ୟ ରେ 4 ଟି ସାଇବର କ୍ରାଇମ ଥାନା ଅଛି।ସବୁ ଥାନା ରେ  ସାଇବର କ୍ରାଇମ ତଦନ୍ତ ହେବ । ସବୁ ଥାନାରେ ଜଣେ ଲେଖାଏଁ ଅଫିସର ଙ୍କୁ ଟ୍ରେନିଂ ଦିଆଯିବ। ଗତବର୍ଷ 1500 ମାମଲା ରୁଜୁ ହୋଇଥିଲା।ଚଳିତ ବର୍ଷ 2ହଜାର ଅଧିକ ମାମଲା ରୁଜୁ ହୋଇଥିବା ଡିଜି କହିଛନ୍ତି ।
 ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts