Breaking News

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପରିଦର୍ଶନ କଲେ ଭେଡେନ ବିଡିଓ




ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ:-ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀ ଧର ନାୟକ ସଂକ୍ରିଡା ପଞ୍ଚାୟତର ଝରାପାଲି ଓ ଚାରଟିକରା ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ୱାରା ତିଆରି ହେଉଥିବା ଘର ଗୁଡିକ ଅଚାନକ ଭାବରେ ପରିଦର୍ଶନ କରିଛନ୍ତି । ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ହିତାଧିକାରୀ ମାନଙ୍କୁ ଶିଘ୍ର ଶିଘ୍ର ୩ ମାସ ମଧ୍ୟରେ ସଂପୂର୍ଣ୍ଣ ଭାବେ ଘର ତିଆରି କଲେ ସରକାର ତରଫରୁ ୨୦ହଜାର ଟଙ୍କା ଲେଖାଏଁ ଦିଆଯାଉଥିବା ବୋନସ ଟଙ୍କା ମିଳିବ ବୋଲି ହିତାଧିକାରୀ ମାନଙ୍କୁ  ପରାମର୍ଶ ଦେଇଥିଲେ।ଆଜି ବ୍ଲକ ଅଧିକାରୀ ୧୮ ଟି ଘର ପରିଦର୍ଶନ କରିଥିବା ବେଳେ ସଂକ୍ରିଡା ପଞ୍ଚାୟତ ର ଜିଓଟେକର ଚେରୁ ଭୂଏ ବିଡିଓ ଙ୍କୁ ଘର ଗୁଡିକ ଦେଖାଇବା ରେ ସହଯୋଗ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍... ୧୩-୧୧-୨୦୨୦/୧୦,୦୫

Blog Archive

Popular Posts