Breaking News

ଦୁର୍ଘଟଣାର ମୁଖ୍ୟ ସାକ୍ଷୀ ରାଜପଥ ଉପରେ ଜଙ୍ଗଲ; ଅଭିଯୋଗ କଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୁନ୍ୟ


 ସାକ୍ଷୀଗୋପାଳ ----- ଦୁର୍ଘଟଣାର ମୁଖ୍ୟ ସାକ୍ଷୀ ଏବେ ହୋଇଛି ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ । ରାଜ୍ୟରେ ମହାମାରୀ କରୋନା ଯୋଗୁ ବସ ଚଳାଚଳ ବନ୍ଦ ରହିଲା । ସବୁ ଠପ ହୋଇଗଲା । ଏହାର ସୁଯୋଗ ନେଇ ଜାତୀୟ ରାଜପଥ ସୁରକ୍ଷା ଦାୟତ୍ୱରେ ଥିବା ଠିକାଦାର ଓ ଅଧିକାରୀ ମାନେ ସଫେଇ କରିବା ନାମରେ ମିଥ୍ୟା ବିଲ କରି ନେଇଥିବା ଅଭିଯୋଗ ମାନ ହେଉଛି । ସୁଚନା ଯୋଗ୍ୟ ଯେ ପୁରୀ ରୁ ଭୁବନେଶ୍ୱର ଯିବା ରାସ୍ତାରେ ବୀରଗୋବିନ୍ଦପୁର ରାସ୍ତା କଟ ଠାରୁ ପ୍ରାୟ ଭୁବନେଶ୍ୱର ଆଡକୁ ଯିବା ରାସ୍ତା ଉପରକୁ ଜଙ୍ଗଲ ମାଡି ଆସିଲାଣି । ସମସ୍ତେ ଦେଖି ନ ଦେଖିଲା ପରି ରହୁଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି । ରାସ୍ତା ପ୍ରଶସ୍ତୀ କରଣ ହେବା ପରେ ରାସ୍ତାରେ ତିନୋଟି ଧଳା ଦାଗ ପଡିଛି । ଗୋଟିଏ ରୋଡ ଡିଭାଇଡର ଠାରୁ କିଛି ଛାଡିକି ଓ ରାସ୍ତା ମଝିରେ ଅନ୍ୟ ଟି ମାଟି ଠାରୁ ଅଳ୍ପ କିଛି ଅଂଶ ପିଚୁ ଉପରେ ପକାଯାଇଛି । ଯାହାକି ସାଇକେଲ ଆରୋହୀ ଓ ପାଦ ଚଲା ଲୋକମାନେ ଶେଷ ଧଳା ଗାର ମଧ୍ୟରେ ଯିବା ଆସିବା କରିବେ । ମାତ୍ର ବୀରଗୋବିନ୍ଦପୁର ଛକ ଠାରୁ ଅଳ୍ପ ଦୂରରେ ଏହି ଧଳା ଗାର ଅର୍ଥାତ ରାସ୍ତାର ୩ରୁ ୫ ଫୁଟ ଓସାରରେ ବିଭିନ୍ନ ଜଙ୍ଗଲି ଲତା ଓ ଅନାବନା ଗଛ ଉଠି ଗଲାଣି । ଯାହା ଫଳରେକି ସାଇକେଲ ଓ ପାଦ ଚଲା ଲୋକମାନେ କାର , ବସ, ଟ୍ରକ ଓ ମଟର ସାଇକେଲ ଯିବା ପାଇଁ ଥିବା ଉଦ୍ଦିଷ୍ଟ ରାସ୍ତାରେ ଗମନା ଗମନ କରୁଛନ୍ତି । ଯାହା ଫଳରେକି ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମାନ  ଘଟୁଥିବା ସ୍ଥାନୀୟ ଲୋକମାନେ କହନ୍ତି । ଏଣୁ ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବା ସହ ଦୁର୍ଘଟଣା ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳର ରାମ ପ୍ରଧାନ, ହରିହର ମିଶ୍ର, ସୁକାନ୍ତ ଅଚାର୍ଯ୍ୟ ପ୍ରମୁଖ ନିବେଦନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୭/୧୧/୨୦୨୦----୮,୪୦

Blog Archive

Popular Posts