Breaking News

ଜଣେ ସାମ୍ବାଦିକ ଓ ବ୍ଲକ ଗ୍ରାଣ୍ଟ ଗଣଶିକ୍ଷକଙ୍କ ନାମରେ ଆସିଛି ଠକେଇ ଅଭିଯୋଗ


 ନୟାଗଡ଼----  ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଜଣେ ସାମ୍ବାଦିକ ସୁଶାନ୍ତ କୁମାର ସାହୁ ଏବଂ ବ୍ଲକ ଗ୍ରାଣ୍ଟ ଗଣଶିକ୍ଷକ ସୁମନ୍ତ ନାୟକଙ୍କ ନାମରେ ଆସିଛି ଠକେଇ ଅଭିଯୋଗ । ଅଭିଯୋଗ ଅନୁସାରେ, ଦଶପଲ୍ଲା ବ୍ଲକ ଟାକରା ରଥିପୁର ଗ୍ରାମର ନିରଞ୍ଜନ ସାହୁ ଜେପି ସର୍ଭିସ ଆଣ୍ଡ କନ୍ସୁଲାନ୍ସି ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥାରେ ସୁପରଭାଇଜର ଭାବେ କାମ କରନ୍ତି । କରୋନା ମହାମାରୀ ସମୟରେ ଉକ୍ତ ସଂସ୍ଥା ଦଶପଲ୍ଲା ବ୍ଲକର ବିଭିନ୍ନ କୋଭିଡ୍ ସେଣ୍ଟରରେ ସୁରକ୍ଷା ଏବଂ ସଫେଇ ଦାୟିତ୍ୱ ନେଇଥିଲା । ଯାହାକୁ ନେଇ ନିରଞ୍ଜନ ଘୋଳାହାଣ୍ଡି, ମଧ୍ୟଖଣ୍ଡ ହାଇସ୍କୁଲ ଓ ସଂସ୍କୃତ ମହାବିଦ୍ୟାଳୟ ଟାକରା ଏବଂ ଖମାରିସାହି କୋଭିଡ୍ ସେଣ୍ଟରରେ ଲୋକ ନିଯୁକ୍ତି କରି କାର୍ଯ୍ୟର ତଦାରଖ କରୁଥିଲେ । ମାତ୍ର ସଂସ୍ଥା ଦ୍ୱାରା ନିଯୁକ୍ତ ବ୍ୟକ୍ତିଙ୍କ ଦରମାକୁ ମିଳିବାକୁ ଥିବା ଟଙ୍କାକୁ ଗଣଶିକ୍ଷକ ସୁମନ୍ତ ନାୟକ ଏବଂ ତଥାକଥିତ ସାମ୍ବାଦିକ ସୁଶାନ୍ତ ସାହୁ ଚଂଚକତା କରି ହାତେଇ ନେଇଥିବା ଆଜି ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଛି । ଉକ୍ତ ସୁମନ୍ତ ନାୟକ କୁମ୍ବିକିଳା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣାଯାଇଛି । ଏହି ଦୁଇ ବ୍ୟକ୍ତି ନିଜକୁ ସଂସ୍ଥାର କର୍ମଚାରୀ ପରିଚୟ ଦେଇ ୩୦ ହଜାରରୁ ଉର୍ଦ୍ଧ୍ୱ ଲେଖାଏଁ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଏହି ବିଷୟରେ ନିରଞ୍ଜନ ଜାଣିବା ପରେ ଉକ୍ତ ଦୁଇ ଭଦ୍ର ବ୍ୟକ୍ତିଙ୍କୁ ପଚାରିବାରୁ ସେମାନେ ନାନାଦି ଅଶାବ୍ର ଭାଷାରେ ଗାଳି କରିଥିବା ନେଇ ନିରଞ୍ଜନ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି । ସେହିଭଳି ଭାବେ ସୁମନ୍ତ ନାୟକ ମଧ୍ୟ ନିରଞ୍ଜନଙ୍କ ନାମରେ ଠକେଇ ଅଭିଯୋଗ ଆଣିଛନ୍ତି । ସୁମନ୍ତ ଆଣିଥିବା ଅଭିଯୋଗକୁ ଦେଖିଲେ ଜଣେ ଗଚ୍ଚଶିକ୍ଷକ କିଭଳି ଅନ୍ୟ ବେସରକାରୀ ସଂସ୍ଥାରେ କାମ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଏବେ ଉଠିଛି । ଜିଲ୍ଲାପାଳ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
ନୟାଗଡ଼ ରୁ ଧୀରେନ୍ଦ୍ର ସେନାପତି , ୧୭/୧୨/୨୦----୮,୪୦

Blog Archive

Popular Posts