ଖୋ ଖୋ ତାଲିମ୍ ଶିବିରର ଉଦଘାଟନ
ଡେଲାଙ୍ଗ----- ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଖୋ ଖୋ ତାଲିମ ଶିବିରକୁ ରାଜ୍ୟ ଖୋ ଖୋ କୋଚ ପ୍ରଶାନ୍ତ ମଲ୍ଲିକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଅତିଥି ମାନଙ୍କ ଦ୍ବାରା ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପରେ ପରେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ। ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟ ଖୋ ଖୋ କୋଚ ପ୍ରଶାନ୍ତ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଅଧିର ବରାଳ ଓ ସୂର୍ଯ୍ୟ ନାରାୟଣ ଜେନା। ବିଦ୍ୟାଳୟର ଶିକ୍ଷକ ମିଟୁ କିଶୋର ପ୍ରଧାନ ମଞ୍ଜୁଲତା ପ୍ରଧାନ ପର୍ଶୁରାମ ସାହୁ ବିରଞ୍ଚି ନାରାୟଣ ବରାଳ ସୁଧିର କୁମାର ଜେନା ପୁରୁଷୋତ୍ତମ ନାୟକ ଙ୍କ ସହିତ ବିଦ୍ୟାଳୟର ପୁରାତନ ଛାତ୍ର ବିଷ୍ଣୁ ପ୍ରସାଦ ପ୍ରଧାନ ଖୋ ଖୋ ଜାତୀୟ ବ୍ରୋଞ୍ଚ ମେଡାଲିଷ୍ଟି,ଭରତ କୁମାର ପ୍ରଧାନ ଆନ୍ତର୍ଜାତୀୟ ଖୋ ଖୋ ମେଡାଲିଷ୍ଟ,ସୁରେଶ ସେଠୀ ଖୋ ଖୋ ଜାତୀୟ ୟୂନିଭରସିଟି, ଦୀପ୍ତି ରଞ୍ଜନ ପ୍ରଧାନ ଖୋ ଖୋ ଜାତୀୟ ପୂର୍ବ ଭାରତୀୟ ଜୋନ, ମାନସ କୁମାର ପ୍ରଧାନ,ଖୋ ଖୋ ଜାତୀୟ,ଆନନ୍ଦ ପ୍ରଧାନ ଖୋଖୋ ଜାତୀୟ,ଶାନ୍ତାନୁ ସାମନ୍ତରାୟ ଖୋ ଖୋ ଜାତୀୟ, ସନ୍ତୋଷ କୁମାର ପ୍ରଧାନ ଖୋ ଖୋ ଜାତୀୟ ଯୋଗଦେଇଥିଲେ। ମୂଖ୍ୟ ଅତିଥି ପିଲାମାନଙ୍କୁ ଖୋ ଖୋ କ୍ରୀଡା ବିଷୟରେ କେତେକ ଉପାଦେୟ ପରାମର୍ଶ ଦେବା ସହିତ ବରକେରା ବିଦ୍ୟାଳୟର ଖୋ ଖୋ ଖେଳୁଥିବା ଛାତ୍ର ଛାତ୍ରୀମାନଙ୍କୁ ଜରସି (କ୍ରୀଡା ପୋଷାକ) ଯୋଗାଇ ଦେବାକୁ କହିଥିଲେ। ସର୍ବ ଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ସ୍ମାରକୀ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ।