ପୂର୍ବତନ ସରପଞ୍ଚଙ୍କ ପରଲୋକ.
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଧୁବେନପାଳି ଗାଁ ର ବିଶିଷ୍ଟ ସମାଜ ସେବୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା 'ଅଇଁଲାପଲି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କୈଳାସ ଚନ୍ଦ୍ର ଦାସ ଆମ ଗହଣରେ ଆଉ ନାହାନ୍ତି। ସେ ଏକାଧାରରେ ଥିଲେ ଜଣେ ସମାଜସେବକ,ନିଷ୍ଠା ପର,ଧର୍ମପରାୟଣ ବ୍ୟକ୍ତିତ୍ୱ। ସେ ଜଣେ କଳାକାର ମଧ୍ୟ ଥିଲେ। ସେ ଥିଲେ ନାନା ବିଧ ପ୍ରତିଭା ସମ୍ପର୍ଣ୍ଣ ବ୍ୟକ୍ତି।ଗତ ୧୬ ନଭେମ୍ବର ସୋମ ବାର ଦିନ ସନ୍ଧ୍ୟାରେ ହୃଦଘାତରେ ୬୧ବର୍ଷ ବୟସରେ ପରଲୋକ ଘଟିଛି।ତାଙ୍କ ଶେଷ ଦର୍ଶନ ପାଇଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଭିଡ଼ ଜମିଥିଲା।ଅତବିରା ବିଧାୟିକା ପହଞ୍ଚି ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇ ଥିଲେ।ବଡ଼ ପୁତ୍ର ପ୍ରକାଶ ଦାଶ ମୁଖାଗ୍ନି ଦେଇଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....