Breaking News

ଭୁବନେଶ୍ୱର ରାଜମହଲ ଛକରେ ଯୁବତୀଙ୍କ ଆତଙ୍କରାଜ


ଭୁବନେଶ୍ୱର----  ଭୁବନେଶ୍ବର ରାଜମହଲ ଛକରେ ଯୁବତୀଙ୍କ ଆତଙ୍କରାଜ। ଆଜି ମଧ୍ୟାହ୍ନରେ ସ୍ଥାନୀୟ ରାଜମହଲ ଓଭର ବ୍ରିଜ ନିକଟରେ ଜୈନକ ଯୁବତୀଙ୍କ ଅସ୍ୱାଭାବିକ କାର୍ଯ୍ୟ କଳାପ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା । ଯୁବତୀଙ୍କ ପଥର ମାଡ଼ରେ ଜଣେ ପଥଚାରି ଙ୍କ ମୁଣ୍ଡ ଫାଟି ଯାଇଥିଲା। ଘଟଣାସ୍ଥଳରେ ଟ୍ରାଫିକ କନେଷ୍ଟବଳ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୁବତୀ ଜଣକ ଯୁବକଙ୍କୁ ଟେକାମାଡ଼ କରି ଚାଲିଥିଲା । ଖବର ପାଇ ପିସିଆର ଭ୍ୟାନ ପହଞ୍ଚି ବାରୁ ସମ୍ପୃକ୍ତା ଯୁବତୀ ସ୍ଥାନ ଛାଡି ଚାଲି ଯାଇଥିଲେ। ଯୁବତୀ ଜଣକ ଙ୍କ ସାମାନ୍ୟ ମସ୍ତିସ୍କ ବିକୃତି ଥିବା ପରି ଜଣା ପଡୁଥିବା ସ୍ଥାନୀୟ ଲୋକମାନଙ୍କ ଠାରୁ ପ୍ରକାଶ।ତେବେ ଯୁବତୀ ଜଣଙ୍କ ଯୁବକଙ୍କୁ କାହିଁକି ପଥର ମାଡ କରିଥିଲେ ତାହା ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ ।
 ଧୀରେନ୍ଦ୍ର ସେନାପତି , ୧୭/୧୧/୨୦୨୦ ---୫,୧୦

Blog Archive

Popular Posts