Breaking News

ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ତରଫରୁ ସୁସ୍ଥ ଗାଁ ସବୁଜ ଗାଁ ଅଭିଯାନ


ଫୁଲବାଣୀ---  ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର କାର୍ଯ୍ୟଳୟ ପରିସର ମଧ୍ୟରେ ଫୁଲବାଣୀ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସୁସ୍ଥ ଗାଁ ସବୁଜ ଗାଁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼ ଯୋଗ ଦେଇ ଅନୁଷ୍ଠିତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକ ପାତ କରିଥିଲେ । 
 ସମ୍ମାନିତ ଅତିଥି ଭାବେ ବିଶ୍ୱାସ କଲେଜ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଫୁଲବାଣୀ ଆଇନଜୀବୀ ତଥା ବାର ଆସୋସିଏସନ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ , ଏବଂ ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ର ସହ କର୍ମୀ ସତ୍ୟବାନ ଦଳବେହେରା ଯୋଗ ଦେଇ ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଳକ ରେ ଅନୁଷ୍ଠିତ ହେବ ବୋଲି ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅନୁପ ବିକ୍ରମ ପାତ୍ର ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛାସେବୀ ରଚିତା ରାଣୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ , ୧୮/୧୧/୨୦, ୧୦,୨୦

Blog Archive

Popular Posts