ସ୍ବର୍ଗତ ସମାଜସେବୀ ଶିବପ୍ରସାଦ ମହାନ୍ତିଙ୍କ ଏକାଦଶାହ ଦିବସରେ ରକ୍ତଦାନ ଶିବିର
ଜଟଣୀ --ସମାଜସେବୀ ତଥା ରକ୍ତମାନବ ରୂପେ ପରିଚିତ ଶିବବାବୁ ଙ୍କ ଅମର ଆତ୍ମାରା ସଦଗତି ପାଇଁ ଏକାଦଶାହ ଦିବସରେ ସ୍ଥାନୀୟ ଆଶ୍ରୟ ପରିସରରେ ଆଶ୍ରୟ ପରିବାର ଓ ସୁରକ୍ଷାମଞ୍ଚ ପରିବାର ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ର ସମସ୍ତ ନିୟମ ପାଳନ କରି 51 ୟୁନିଟ ରକ୍ତ ନମୁନା ସଂଗ୍ରହ କରାଯାଇଅଛି । ଏହି କାର୍ଯ୍ୟକ୍ରମର ସଫଳତା ନେଇ ସୁରକ୍ଷାମଞ୍ଚ ତରଫରୁ ଆଶ୍ରୟ ପରିବାରକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ଜଟଣୀ --ରଙ୍ଗନାଥ ବେହେରା