Breaking News

ମହିଳା ଗୋଷ୍ଠୀ ପକ୍ଷରୁ ଅଙ୍ଗନବାଡ଼ି ପିଲାଙ୍କ ପାଇଁ ପୋଷାକ ଯୋଗାଣ


 କନ୍ଧମାଳ -----  ବାଲିଗୁଡା ହାଇସ୍କୁଲ କଲୋନୀ ର ମା ବରାଳଦେବୀ ସ୍ବୟଂ ସହାୟକ ଗୋଷ୍ଠୀ ମା ମାନେ ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କ ପାଇଁ ପୋଷାକ ତିଆରି କରି ଯୋଗାଇ ଦେଇଛନ୍ତି । ସଭାନେତ୍ରୀ ବିନୋଜିନୀ ଦିଗଳ ଙ୍କ ନେତୃତ୍ଵ ରେ  ଗୀତାଞ୍ଜାଳୀ କହଁର,  ଅଞ୍ଜଲି ପାତ୍ର,  ପ୍ରତିମା ଦଳପତି ଓ  ବିଭୁତି ନାୟକଙ୍କ ପ୍ରମୁଖଙ୍କ ଉପସ୍ଥିତିରେ  ବାଲିଗୁଡା ଏନ୍ ଏ ସି ର ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କ ପୋଷାକ ବିତରଣକରି ଏକନୂତନ ସଫଳତା ହାସଲ କରିଛନ୍ତି । ସମାଜସେବା ଦିଗରେ ନିଜକୁ ଆଗଧାଡିକୁ ନେବା ଲକ୍ଷ୍ୟ ନେଇ ଓ ଅନ୍ୟ ସମସ୍ତ ସରକାରୀ କାର୍ଯ୍ୟ ରେ ସରକାରଙ୍କୁ ସମର୍ଥନ ଓ ସାହାଯ୍ୟ କରିବା ପାଇଁ ଏହି ମହିଳା ଗୋଷ୍ଠୀ  ଅଣ୍ଟା ଭିଡିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଜିଲ୍ଲାପାଳ Dr D Brunda ମ୍ଯାଡାମ ଓ ଙ୍କୁ ଧନ୍ୟବାଦ ଦେଇଛନ୍ତି ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive