ବଜ୍ରାଘାତରେ ଜଣେ ମହିଳା ମୃତ,ଦୁଇ ଗୁରୁତର
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରାବ୍ଲକ କୁଲୁଣ୍ଡା ଗ୍ରାମର ୫ଜଣ ମହିଳା ବିଲରେ କାମ କରୁଥିବା ବେଳେ ଆଜି ଦିନ ପାଖା ପାଖି ୧୨ଟା ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି । ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତ ମହିଳା ଜଣକ ନିର ଝାଳ(୫୩) ଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇ ଥିବାବେଲେ ଅନ୍ୟ ଦୁଇଜଣ ରିକା ସାହୁ(୨୫) ଓ ମନକାନ୍ତି ଭୁଏ(୩୬) ଙ୍କୁ ଅତାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ପ୍ରାରମ୍ଭିକ ଚିକିତ୍ସା କରାଯାଇଥିଲା । ପରେ ମନକାନ୍ତି ଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....