Breaking News

ଦୁର୍ନୀତି ପ୍ରତିବାଦରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପରିସରରେ ସମନ୍ନୟ କମିଟିର ଧାରଣା


 ପୁରୀ -- ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ  ଦୀର୍ଘଦିନ ଧରି ଚାଲିଥିବା ଦୁର୍ନୀତି ବିରୁଧରେ  ସମନ୍ନୟ କମିଟି ପକ୍ଷରୁ ଧାରଣା  ଦିଆଯାଇଥିଲା । ନିର୍ମାଣ ଶ୍ରିମିକଙ୍କ ବାର୍ଷିକ ଦେୟ ରସିଦ କଟା ନଯାଇ ପଡି ରହିବା, ଶ୍ରମିକଙ୍କ ବାର୍ଷିକ ଦେୟ କାଟିବାରେ ହୋଇଥିବା ମହା ଦୁର୍ନୀତି ୱେଲ ଫେୟାର କୋଡିନେଟରଙ୍କ ମନ ମୁଖି ଏକଚାଟିଆ ମନୋଭାବ ସହିତ ପାତରଅନ୍ତର ନୀତି ଯୋଗୁ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ନୟ କମିଟି , ପୁରୀ ଜିଲ୍ଲା ତରଫରୁ ଧାରଣା ଦିଆଯାଇଥିଲା । ସମନ୍ନୟ କମିଟି ଅଭିଯୋଗ ଆଣିଛି ଯେ ଧାର୍ଯ୍ୟ ୫୦ ଟଙ୍କା ଠାରୁ ଅଧିକ ଦେୟ ଯେଉଁମାନେ ଦେଉଛନ୍ତି ସେମାନଙ୍କର ରସିଦ କଟା ଯାଉଛି ।  ଅନ୍ୟ ପକ୍ଷେ ସମନ୍ନୟ କମିଟିର କର୍ମକର୍ତ୍ତା  ମାନଙ୍କୁ ବିଭିନ୍ନ ୍ରାଳ ଦେଖାଇ ହଇରାଣ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି । ୨୦୧୭  ମସିହା ଠାରୁ  ଶ୍ରମ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷା ବୃତ୍ତି, ବିବାହ, ମୃତ୍ୟୁ କାଳୀନ, ଦୁର୍ଘଟଣା ଜନିତ ସହାୟତା ଦରଖାସ୍ତ ଗୁଡଇକ ପଡି ରହିଛି । ସେ ଯାଗରେ କିଛି ଅସାଧୁ ବ୍ୟକ୍ତି ମାନଙ୍କ ସହଯୋଗରେ ନାମକୁ ମାତ୍ର କେତେକ ଦରଖାସ୍ତ ଗ୍ରହଣ କରାଯାଉଛି । ସମନ୍ନୟ କମିଟି ଅନ୍ତଭୁକ୍ତ ୟୁନିୟନ ମାନଙ୍କର ଦରଖାସ୍ତ ଗୁଡିକ ଚିରା ହୋଇ ଫିଙ୍ଗା ଯାଉଛି ବୋଲି ଅଭିଯୋଗ କରିଛନ୍ତି । କଲ୍ୟାଣ ବୋର୍ଡର କଲ୍ୟାଣକାରୀ ଯୋଜନାର ସୁପଳ ନ ପାଇ ପାରି ହିତାଧିକାରୀ ମାନେ ହତାଣ ହୋଇପଡିଲେଣି ।  ୱେଲ ଫେୟାର କୋର୍ଡିନେଟରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁ ରାଜ୍ୟ ସରକାରଙ୍କ ଶ୍ରମିକ ମାନଙ୍କ ପାଇଁ ଥିବା ଯୋଜନା ସବୁ ଫେଲ ମାରିବାକୁ ବସିଲାଣି । ତୁରନ୍ତ ତାଙ୍କୁ ପୁରୀ ଜିଲ୍ଲାରୁ ବଦଳି କରିବା ପାଇଁ ଧାରଣା ଦେଇଥିବା ସମନ୍ନୟ କମିଟିର କର୍ମକର୍ତ୍ତା ମାନେ ଦାବୀ କରିଛି । ୧୯-୮ତାରିଖରେ ଶ୍ରମ କମିଶନରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଅଦ୍ୟାବଧି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ । ୨୧ ତାରିଖ ସେପ୍ଟେମ୍ବର  ଠାରୁ ଅନିଦ୍ଧିଷ୍ଟ  କାଳ ପର୍ଯ୍ୟନ୍ତ ଶ୍ରମ କମିଶନର, ଓଡିଶା ତଥା ମଣ୍‌ଡଳ ଶ୍ରମ ଆୟୁକ୍ତ ପୁରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଶ୍ରମିକ ନେତା ସ୍ମୃତି ରଞ୍ଜନ ଦାସ, ସତ୍ୟବନ୍ୟୁ ପ୍ରଧାନ, ଜ୍ଞାନ ରଞ୍ଜନ ଦାସ, ମହେଶ୍ୱର ମହାରଣା, ମଧୁସୂଦନ ପ୍ରଧାନ, କମଳ ନାରାୟଣ ରଥ, ବିପିନକୁମାର ରାଉତ, ସୁଦର୍ଶନ ପ୍ରଧାନ, ସୁଧାଂଶୁ ସେନାପତି, ମିଟୁ  ମହାପାତ୍ର, ପ୍ରଶାନ୍ତ କୁମାର ବେହେରା, ତନୁଲତା ଛାଟୋଇ, ବିପିନ କୁମାର ନାୟକ, ଅକ୍ଷୟ କାଣ୍ଡି ପ୍ରମୁଖ ଜଣାଇଛନ୍ତି ।

  ପୁରୀରୁ ଧୀରେନ୍ଦ୍ର ସେନାପତି 

Blog Archive