ଡେଲାଙ୍ଗ ହାଟ ବଜାର ବ୍ୟବସାୟୀ ସଂଘର କୋଷାଧ୍ୟକ୍ଷଙ୍କ ହୃଦ ଘାତରେ ମୃତ୍ୟୁ
ଡେଲାଙ୍ଗ --- ଡେଲାଙ୍ଗ ହାଟ ବଜାର ବ୍ୟବସାୟୀ ସଂଘର କୋଷାଧ୍ୟକ୍ଷ ସାତ୍ତିପୁର ଗ୍ରାମର ସାମାଜସେବୀ ଅଶୋରକ କୁମାର ରାୟ( ୬୩)ଙ୍କର ରାତିରେ ହୃଦ ଘାତରେ ମୃତ୍ୟୁ ହୋଇଯାଇଛି । ରାତିରେ ସେ ଖାଇପିଇ ଶୋଇବାକୁ ଯିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ପରିବାର ଲୋକମାନେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ଡେଲାଙ୍ଗ ହାଟ ବଜାରରେ ଶୋକର ଛାୟା ଖେଳି ଯାଇଥିଲା । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ,ଭଜିଲାନ୍ସର ଉପ ନିର୍ଦ୍ଦେଶକ ଦିଲିପ କୁମାର ଛୋଟରାୟ.ସୁବାଷ ବଳବନ୍ତରାୟ, ହାଟ ବଜାରର ବ୍ୟବସାୟୀ ସଂଘରର ସଭାପତି ମନୋରଞ୍ଜନ ବାରିକ, ସମ୍ପାଦକସୂର୍ଯ୍ୟନାରାୟଣ ସାମନ୍ତରାୟ, ଗୌରୀ ଶଙ୍କର ଛୋଟରାୟ, ବିଶ୍ୱଜିତି ଛୋଟରାୟ, ପରମାନନ୍ଦ ସାହୁ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ଦିବଂଗତଙ୍କୁ ଶେଷ ଦର୍ଶନ କରିବା ସହ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଥିଲେ ମୃତ୍ୟୁ ଶର୍ଯ୍ୟା ନିକଟରେ ଦୁଇପୁତ୍ର, ବୁତ୍ରବଧୁ, କନ୍ୟା ଜ୍ୱାଇଁ ପରିବାର ବର୍ଗ ପ୍ରମୁଖ ଉପସ୍ଥିତ ରହିଥିଲେ । ପୁରୀ ସ୍ୱର୍ଗଦ୍ୱାର ଠାରେ ସତ୍କାର କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଅରୁପ ମୁଖାଗ୍ନି ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି