Breaking News

ସରକାରୀ କାର୍ଯ୍ୟାଳୟରେ ଥିବା ସମସ୍ତ ମଠ ମନ୍ଦିରକୁ ଉଚ୍ଛେଦ କରାଯିବାକୁ ଦାବି

 କୁଜଙ୍ଗ----ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ ଧର୍ମ ଓ ଜାତିର ଲୋକେ ସେବା ପାଇବା ନିମନ୍ତେ ଆସିଥାନ୍ତି । ଥାନା, ଡାକ୍ତରଖାନା, ତହସିଲ୍‌, ଶିକ୍ଷାନୁଷ୍ଠାନ ପରିସରରେ ବିଭିନ୍ନ ଦେବାଦେବୀ ମନ୍ଦିର ରହିଛି ।  ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ । ସରକାରୀ କାର୍ଯ୍ୟାଳୟରେ ଧାର୍ମିକ ମଠ ମନ୍ଦିର ରହିବା ଗଣତନ୍ତ୍ର ରାଷ୍ଟ୍ରରେ ଶୁଭଙ୍କର ନୁହେଁ ବୋଲି ଯୁବ ନେତା ଶିବ ପରିଡ଼ା କହନ୍ତି ।  ସରକାରୀ ଅନୁଷ୍ଠାନ ବାଦ୍ ବହୁ ଗ୍ରାମ୍ୟ ଜଙ୍ଗଲ , ଗୋଚର, ଅନାବାଦି, ଗୁଡିକରେ ଛତୁ ଫୁଟିଲା ଭଳି ମାଳମାଳ  ମଠ ମନ୍ଦିର ବେଆଇନ୍ ଭାବେ ନିର୍ମାଣ କରାଯାଇ ବ୍ୟବସାୟୀ ସ୍ଥଳୀ ରୁପେ କାର୍ଯ୍ୟକରାଯାଉଛି ଓ ବହୁ ମଠ ମନ୍ଦିର ଗୁଡିକରେ ବହୁ ଅନିୟମିତତା କାର୍ଯ୍ୟ ମଧ୍ୟ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏଣୁ ତୁରନ୍ତ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ସରକାରୀ ସ୍ଥାନରେ ଗଢ଼ି ଉଠିଥିବା ମଠ ମନ୍ଦିର ଗୁଡିକୁ ତୁରନ୍ତ ରାଜ୍ୟ ସରକାର ଉଚ୍ଛେଦ କରିବାକୁ ପଦକ୍ଷେପ ଗ୍ରହଣ କରିବେ ବୋଲି ଯୁବ ନେତା ଶିବ ପରିଡ଼ା, ଚିନ୍ମୟ ନାଥ ପ୍ରମୁଖ ଦାବି କରିଛନ୍ତି । 

ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts