ଚକୁଳି ଫାର୍ମ ନିକଟରେ ସଡକ ଦୁର୍ଘଟଣା ,ଡ୍ରାଇଭର ଫେରାର : ୫ଗୁରୁତର
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡଜିଲ୍ଲାର ବରଗଡ଼- ସମ୍ବଲପୁର ୫୩ନଂ ଜାତୀୟ ରାଜପଥ ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଚକୁଳିଫାର୍ମ ଫ୍ଲାଇଓଭର ନିକଟରେ ଆଜି ସକାଳ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି ।ସୂଚନା ଅନୁସାରେ ବରଗଡ ରୁ ସମ୍ବଲପୁର ଯାଉଥିବା ଏକ ଟାଟାଏସି ଟେମ୍ପୋରେ ପରିବା ବୋଝେଇ ହୋଇ ଯାଉଥିଲା । ହଠାତ୍ ଗାଡିର ଟାୟାର ଫାଟି ଯାଇଥିଲା । ଫଳରେ ଗାଡି ଚାଳକ ଭାରସାମ୍ୟ ହରାଇ ଗାଡି ଟି ଦୁର୍ଘଟଣା ହୋଇଥିଲା ।ଗାଡ଼ିରେ ଛଅ ଜଣ ମହିଳା ଓ ପୁରୁଷ ଥିଲେ । ଦୁର୍ଘଟଣା ଘଟିବା ପରେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ପରିବା ବୋଝେଇ ହୋଇ ଯାଉଥିବା ଗାଡ଼ି ନମ୍ବର ଓଡ଼ି ୦୩ ଏ ୦୪୩୪ ।
ଗାଡିର ଆଗଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡର ଉପରେ ଚଢ଼ି ପାଖରେ ଥିବା ସତୀଜୋର କେନାଲର ବ୍ରିଜ ମଝିରେ ଛିଟିକି ପଡ଼ିଥିଲେ । ଖବରପାଇ ଗୋଡ଼ଭଗା ଫାଣ୍ଡି ପୋଲିସ ଓ ଅତାବିରା ଅଗ୍ନିଶମ ବିଭାଗ ଉକ୍ତ ସ୍ଥାନକୁ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସାପାଇଁ ବୁର୍ଲା ବଡମେଡିକାଲ କୁ ସମସ୍ତଙ୍କୁ ପଠାଯାଇଛି । ପୋଲିସ ତଦନ୍ତ ଜାରି ରଖିଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍