ଚୋରା ମଦ ଅଧିକ ଟଙ୍କାରେ ବିକ୍ରି କୁ ନେଇ ଗ୍ରାହକ ଓ ବେପାରୀ ମଧ୍ୟରେ ହାତାହାତି
ଡେଲାଙ୍ଗ ------ ରାଜ୍ୟରେ କରୋନା ଯୋଗୁ ସରକାରୀ ମଦ ଦୋକାନ ଗୁଡିକ କିଛି ଦିନ ପାଇଁ ବନ୍ଦ ରହିଥିଲା ।ଏହାର ସୁଯୋଗ ନେଇ ଗାଁ , ଗଣ୍ଡା, ବଜାର, ଛକ ମାନଙ୍କରେ ମଦ ଚୋରା ବେପାରୀ ମାନେ ସକ୍ରିୟ ହୋଇ ଉଠିଥିଲେ । ଡେଲାଙ୍ଗ ବ୍ଲକରେ ଦିନ ଓ ରାତିରେ ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ବୃଦ୍ଧି ପାଇବାରେ ଲାଗିଛି । ଡେଲାଙ୍ଗ ଥାନା ଅଞ୍ଚଳରେ ଚୋରା ମଦ ବିକ୍ରି କୁ ନେଇ ବିଭିନ୍ନ ଅପରାଧୀକ ଓ ଘରୋଇ ହିଂସା ମାମଲା ବଢୁଥିବା ଜଣାପଡିଛି । ମଦ ବେପାରୀମାନେ ଅବକାରୀ ଓ ପୁଲିସ ବିଭାଗ ଆଖିରେ ଧୁଳି ଦେଇ ଅବାଧରେ ବେଆଇନି ମଦ ବ୍ୟବସାୟ କରିଚାଲିଛନ୍ତିା ସୁଚନାଯୋଗ୍ୟ ଯେ ହରିରାଜପୁର ଫାଣ୍ଡି ଅଧିନସ୍ଥ ଗୋଡିପୁଟ ମାଟିଆପଡା ପଞ୍ଚାୟତ ଅନ୍ତର୍ଗତ ହରିପୁର ଗ୍ରାମରେ ଗୁରୁବାର ଅପରାହ୍ନରେ ଚୋରା ମଦ ଚଢାଦର କୁ ନେଇ ଗ୍ରାହକ ଓ ବେପାରୀଙ୍କ ମଧ୍ୟରେ ହାତାହାତି ହୋଇ ଗଣ୍ଡଗୋଳ ର ଉଗ୍ରରୁପ ନେଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଛି । ଅନ୍ୟ ପକ୍ଷେ ଘଟଣା ସମ୍ପର୍କରେ ଫାଣ୍ଡିରେ ଅଭିଯୋଗ ହୋଇନଥିବା ହରିରାଜପୁର ଫାଣ୍ଡି ଅଧିକାରୀ ଯୁଗଳ କିଶୋର ଜେନା କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି