ବନ୍ୟା ବିପନ୍ନଙ୍କୁ ରିଲିଫ୍ ବଣ୍ଟନ
ଡେଲାଙ୍ଗ -------- ଦୟା ଓ ଲୁଣା ନଦୀରେ ବନ୍ୟା ପାଣି ଆସି ଡେଲାଙ୍ଗ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଥିଲା । ଏପରିକି କେତେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିଲା । ଡେଲାଙ୍ଗ ବ୍ଲକର କଲ୍ୟାଣପୁର,ସିଂହବ୍ରହ୍ମପୁର,ଚାଇଁପୁର ଓ ରାଢୁଅ ଆଦି ଜଳବନ୍ଦୀ ଘେରରେ ଥିବା ବିପନ୍ନ ମାନଙ୍କୁ ଯୁକ୍ତାମୁଖି ଚାରୀ ଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ଭାବେ ଚୁଡା,ମୁଢି,ବିସ୍କୁଟ,ଚିନି,ପାଣି ଆଦି ବଣ୍ଟନ କରାଯାଇଛି । ଟ୍ରଷ୍ଟର ସଦସ୍ୟ ଶ୍ରୀୟସ୍ମିତା ପଣ୍ଡା,ଗୀତାରାଣୀ ବେହେରା,ମିଟୁ ମାହାରଣା,ସୋନମ ପଲେଇ ପ୍ରମୁଖ ରିଲିଫ୍ ବଣ୍ଟନରେ ସହଯୋଗ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି