ସମର୍ପଣ ଟ୍ରଷ୍ଟ ପକ୍ଷରୁ ରିଲିଫ ବଣ୍ଟନ
ସାକ୍ଷୀଗୋପାଳ ------ନିମାପଡା ବ୍ଳକ ଅଞ୍ଚଳରେ ସମର୍ପଣ ଟ୍ରଷ୍ଟ ପୁରୀଙ୍କ ପକ୍ଷରୁ ବନ୍ୟାକ୍ଳୀଷ୍ଟ ପରିବାର ମାନଙ୍କୁ ଚୁଡା, ଚିନି, ବିସ୍କୁଟ, ପାଉଁରୁଟି, ସାବୁନ ଇତ୍ୟାଦି ସମାଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମର୍ପଣ ଟ୍ରଷ୍ଟର ଅଧ୍ୟକ୍ଷ ବ୍ରଜ କିଶୋର ସାହୁ, ସମାଜସେବୀ ଦେବାଶିଷ ପାଣ୍ଡେ, ମିନତି ପ୍ରଧାନ ଓ ଟ୍ରଷ୍ଟର ସଦସ୍ୟ ସତ୍ୟନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଗାମୀ ଦିନରେ ବନ୍ୟାକ୍ରୀଷ୍ଟ ବିଭିନ୍ନ ଅଞ୍ଚଳ ଗସ୍ତ କରାଯାଇ ପରିବାର ମାନଙ୍କୁ ସହଯୋଗର ହାତ ବଡାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି