Breaking News

ଗୁରୁ ପାଳିଲେ ଗୁରୁ ଦିବସ ;ପିଲାଙ୍କୁ ବାଣ୍ଟିଲେ ଫଳ


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମ ଏବେବି ଲୁଣା ନଦୀର ବନ୍ୟା ଜଳରେ ବୁଡିକି ରହିଛି ।  ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁ ମାନେ  ଗୁରୁ ଦିବସ ପାଳନ କରିଛନ୍ତି । ରାଜ୍ୟରେ ମହାମାରୀ କରୋନାଯୋଗୁ  ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି । ପ୍ରତିବର୍ଷ ସେପ୍ଟେମ୍ବର ମାସ ୫ ତାରିଖକୁ  ଗୁରୁଦିବସ ଭାବରେ ପାଳନ କରାଯାଇ ଥାଏ ।  ଏହି ଦିନରେ ସର୍ବ ପଲ୍ଲି ରାଧାକୃର୍ଷ୍ଣନଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ଭାବେ ପାଳନ କରାଯାଇ ଆସୁଛି । ପ୍ରଥମେ  ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ଗ୍ରାମରେ ଥିବା ଛାତ୍ର ଛାତ୍ରୀ ମାନଙ୍କ ଘରକୁ ଯାଇ ବିଦ୍ୟାଳୟ ବଗିଚାରେ ଥିବା ଅମୃତଭଣ୍ଡା ଫଳ ସହ ବିସ୍କୁଟ ବଣ୍ଟନ କରାଯାଇଥିଲା । କୋଭିଡ-୧୯ ଆଇନ ଅନୁଯାୟୀ ପିଲା ମାନେ ଘରେ ରହି ଶିକ୍ଷା ଗ୍ରହଣ  କରୁଛନ୍ତି । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ମିଟୁ କିଶୋର ପ୍ରଧାନ ପରିଚାଳନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts