Breaking News

ଯୁବକ ନିରୁଦ୍ଧିଷ୍ଟ : ଥାନାରେ ଅଭିଯୋଗ


 ସାକ୍ଷୀଗୋପାଳ-----ପୁରୀ ଜିଲ୍ଲାର ସତ୍ୟବାଦୀ   ଥାନା ଅନ୍ତର୍ଗତ ବିରାମଚନ୍ଦ୍ରରପୁର ର ଉତ୍ତର ସାହି ର ପୀତବାସ ଭୋଇ ଙ୍କ ବଡ ପୁଅ ସୁକାନ୍ତ ଭୋଇ ମାନସିକ ବିକୃତ ଅଟନ୍ତି ।  ଗତ ୯ ତାରିଖ ଦିନ ୧୨ ଘଟିକା ସମୟରେ ଘରୁ ବାହାରି କୁଆଡେ ପଳାଇଛନ୍ତି । ବାପା ପୀତବାସ ଓ ପରିବାର ଲୋକମାନେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ ସୁକାନ୍ତର କୈାଣସି  ସନ୍ଧାନ ପାଇନଥିଲେ ।  ଲୋକମାନଙ୍କଠୁ ଶୁଣିବାକୁ ପାଇଲେ ଯେ ପୁଅ କଟକ ର ବାଦାମ ବାଡ଼ି ଅଞ୍ଚଳରେ ବୁଲୁଥିବାର  ।   କଟକ ଯାଇ ଖୋଜା ଖୋଜି କରିଲେ ଓ ତାର ସନ୍ଧାନ ପାଇଲେ ନାହିଁ  । ବାଧ୍ୟ ହୋଇ ୧୦ ତାରିଖ ରେ ଥାନାରେ ଏତଲା ଦେଇଛନ୍ତି ।  ବେଳେ ଏକ ଧଳା ରଙ୍ଗର ପ୍ୟାଣ୍ଟ ଓ ନୀଳ ରଙ୍ଗର ସାର୍ଟ ପିନ୍ଧିଛି ।  ରଙ୍ଗ ଗୋରା ଓ ଲମ୍ବାଳୀୟା ମଧ୍ୟମ ଚେହେରା କୋଣସି ବ୍ୟକ୍ତି ସନ୍ଧାନ ପାଆନ୍ତି ନିମଲିଖିତ ନମ୍ବର:-6303299629 ରେ ଯୋଗା ଯୋଗ  କରିବା ପାଇଁ ସାନ ଭାଇ ସୁମନ୍ତ ନିବେଦନ କରିଛନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts