ଠିକାଦାରଙ୍କ ମନମାନିରେ ଚାଲିଛି ଖୋର୍ଦ୍ଧା ପୂର୍ତ୍ତବିଭାଗ ରାସ୍ତା ଓ ଡ୍ରେନ କାର୍ଯ୍ୟ
ଖୋର୍ଦ୍ଧା------ଖୋର୍ଦ୍ଧାରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଛି ଡ୍ରେନ ଆଉ ରାସ୍ତା କାମ। ସେଥି ମଧ୍ୟରୁ ଠିକାଦାରଙ୍କ ମନମାନିରେ ଚାଲିଛି ମୁକୁନ୍ଦପ୍ରସାଦ ଟ୍ରାଫିକ ଠାରୁ ଜଟଣୀ ଓଭରର୍ବ୍ରିଜ ପର୍ଯ୍ୟନ୍ତ ଚାଲିଛି ରାସ୍ତା ଓ ଡ୍ରେନ କାମ। ପୂର୍ତ୍ତ ବିଭାଗ ଗାଇଡ଼ ଲାଇନ ଅନୁଯାଇ କାମ ହେଉନଥିବା ଅଭିଯୋଗ ହେଉଛି। ଏପରିକି ଯନ୍ତ୍ରୀଙ୍କୁ ଅଭିଯୋଗ କଲେ ଡ୍ରେନରେ ବ୍ୟବହୃତ ରଡ଼ ବାଇଡିଂ ୧୦ଇଞ୍ଚରେ ହୋଇଛି ।କିନ୍ତୁ ପୂର୍ତ୍ତ ବିଭାଗ ନିୟମ କହୁଛି ଡ୍ରେନ ରଡ଼ ବାଇଡିଂ ହେଲେ ଲମ୍ବ ଓ ଓସାର ୮ଇଞ୍ଚରେ ହେବା କଥା। କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ ହେଉଥିବା ସ୍ପଷ୍ଟ ବାରି ହୋଇପଡୁଛି। ସେହିପରି ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ବିଭାଗୀୟ ଅଧିକାରୀ ମଧ୍ୟ ରହୁନଥିବା ଜଣାପଡିଛି। ତେବେ ନିର୍ମାଣ କାର୍ଯ୍ୟ ସଂପୃକ୍ତ ଠିକାଦାରଙ୍କ କର୍ମଚାରୀଙ୍କୁ ବିଭାଗୀୟ ଅଧିକାରୀ କାର୍ଯ୍ୟ ଦେଖାଶୁଣା କରିବାକୁ ଆସୁଛନ୍ତି କି ନାହିଁ ପଚାରିବାରେ ସମ୍ପୃକ୍ତ ଠିକାଦାରଙ୍କ କର୍ମଚାରୀ ଜଣକ ଉତ୍ତର ଦେଇଥିଲେ ଯେ ଆମ ସଂସ୍ଥାର ଯନ୍ତ୍ରୀ ଆସି କାର୍ଯ୍ୟ ତଦାରଖ କରୁଛନ୍ତି।ତେବେ ଉକ୍ତ ଠିକା କାର୍ଯ୍ୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁଛନ୍ତି କି ନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରୁଛି। ତେଣୁ ଏଭଳି ନିମ୍ନମାନର କାର୍ଯ୍ୟ ପାଇଁ ଭିଜିଲାନ୍ସ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।
ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍