Breaking News

ଯୁବ ଆଇନଜିବୀଙ୍କ ଅକାଳ ବିୟୋଗ

 କୁଜଙ୍ଗ ----  କୁଜଙ୍ଗ ବ୍ଲକ ଅର୍ନ୍ତଗତ ଗରେଇ ପଞ୍ଚାୟତର ଚନ୍ଦ୍ରଧ୍ୱଜପୁର ଗ୍ରାମର ଯୁବ ଆଇନଜିବୀ ଭୁପତିଭୁଷଣ ପଟ୍ଟନାୟକଙ୍କର ୩୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦେହରେ ଗତକାଲି ଜ୍ୱର ସାଙ୍ଗକୁ ଅସୁସ୍ଥତା ଅନୁଭବ କରିବାରୁ ଗତକାଲି ରାତିରେ ପରିବାର ଲୋକେ ତାଙ୍କୁ ମଣିଜଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଚିକିତ୍ସିତ ହେଉଥିବା ସମୟରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କର ଏହି ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସମଗ୍ର ଗରେଇ ପଞ୍ଚାୟତରେ ଶୋକର ଛାୟ ଖେଳିଯାଇଛି । କୁଜଙ୍ଗ ଓକିଲ ସଂଘର ଓକିଲମାନେ ଓ ଗରେଇ ସରପଞ୍ଚ ମଣିଜଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଭୁପତିଙ୍କ ଶେଷ ଦର୍ଶନ କରିବା ସହିତ ଗଭିର ଶୋକ ପ୍ରକାଶ କରିଛନ୍ତି । 

ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

 


Blog Archive

Popular Posts