Breaking News

ଲୋକପ୍ରିୟ ଯାତ୍ରା ଖଳନାୟକ ଭିକୁ ସେଠ୍‌ଙ୍କ ପରଲୋକ


ପୁରୀ---- ଲୋକପ୍ରିୟ ଯାତ୍ରା ଖଳନାୟକ ଭିକୁ ସେଠ୍‌ଙ୍କ ପରଲୋକ ହୋଇଛି । ୫୫ ବର୍ଷ ବୟସରେ ଭିକୁ ସେଠ୍ ଙ୍କ ଦେହାନ୍ତ ହୋଇଛି । ଭିକୁ ସେଠ୍ ନାଁରେ ପରିଚିତ ଥିଲେ ମହେନ୍ଦ୍ର ଦାସ । ଯାତ୍ରା ଜଗତରେ ସେ ଥିଲେ ଜଣେ ନାମୀ କଳାକାର । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚୌଦ୍ବାରରୁ କଟକ ହସ୍ପିଟାଲ ନେବା ବାଟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଯାତ୍ରାଗଜତରେ ଏକ ଯୁଗର ଅନ୍ତ ଘଟିଛି ।
ସେ  ଦେଇଥିଲେ ଓଡ଼ିଆ ଯାତ୍ରା ଜଗତକୁ ନୂଆ ଦିଗ ସୃଷ୍ଟି କରିଥିଲେ । ତାଙ୍କ ଗର୍ଜନରେ ଥରି ଉଠୁଥିଲା ଦର୍ଶକଙ୍କ ଛାତି। ‘ଶାଗୁଣା ବସିଛି ଡେଣା ମେଲାଇ’ରେ ତାଙ୍କ ଅଭିନୟ ଓ ଡାଇଲଗ ଯେମିତି ଯାତ୍ରା ଜଗତର ରୂପ ବଦଳାଇ ଦେଇଥିଲା। ଯାହାଙ୍କ ପାଇଁ ଯାତ୍ରାଜଗତ ନୂଆ ପରିଚୟ ପାଇଥିଲା ଆଜି ସେ ଆଉ ନାହାନ୍ତି। ଅନ୍ତ ହୋଇଛି ଏକ ଯୁଗ। ଆରପାରିରେ ବିଶିଷ୍ଠ ଅଭିନେତା ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍ ।
 ଧୀରେନ୍ଦ୍ର ସେନାପତି

Blog Archive

Popular Posts