Breaking News

ନଡିଆ ଗଛ ଯୋଗାଣରେ ଦୁର୍ନୀତି ;୫ଶହ ଗଛ ଦେଇ ୫ହଜାର ନଡିଆ ଗଛ ବଣ୍ଟନ ; ଜିଲାପାଳ ତଦନ୍ତ କରିବା ପାଇଁ ଦାବି


 ସାକ୍ଷୀଗୋପାଳ ---- ପୁରୀ ଜିଲାରେ ଫନି ବାତ୍ୟାରେ ହଜାର ହଜାର ନଡିଆ ଗଛ ଭାଙ୍ଗି ଗଲା । ସତ୍ୟବାଦୀରେ ନଡିଆ ଫସଲ ଉଜୁଡି ଯାଇଛି । ସରକାରଙ୍କ ପକ୍ଷରୁ ପ୍ରତି ନଡିଆ ଗଛ ପ୍ରତି ୫ଶହ ଟଙ୍କା ଆର୍ଥିକ ପ୍ରେସାହନ ରାଶି ଯୋଗାଇ ଦେଲେ । ଏଥିରେ ମହା ଦୁର୍ନୀତି ହୋଇଛି । ଏହାକୁ ଲକ୍ଷ୍ୟ କରି ସତ୍ୟବାଦୀ ଉଦ୍ୟାନ ବିଭାଗ ପକ୍ଷରୁ ଏନଆରଜିଏସ ଯୋଜନାରେ ନଡିଆ ଗଛ ଯୋଗାଇ ଦେଉଛନ୍ତି । ସେଥିରେ ମଧ୍ୟ ଦୁର୍ନୀତି ବାରି ହେଉଛି । ଏହାର ସୁଯୋଗ ନେଇ ରାଜ୍ୟ ବାହାରର କେତେକ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସତ୍ୟବାଦୀରେ ନଡିଆ ଗଛ ଯୋଗାଇ ଦେବା ପାଇଁ ଆଗେଇ ଆସିଛନ୍ତି । ମାତ୍ର ସେମାନଙ୍କ କାମ ସମ୍ପୁର୍ଣ୍ଣ ଅଲଗା ବୋଲି ସ୍ଥାନୀୟ ଜନସାଧାରଣ କହୁଛନ୍ତି । ୫ଶହ ନଡିଆ ଗଛ ବାଣ୍ଟି ୫ ହଜାର ନଡିଆ ଗଛ ବାଣ୍ଟିଲେ ବୋଲି କହୁଥିବା ଜନସାଧାରଣ ଅଭିଯୋଗ ଆଣିଛନ୍ତି ।  ସୁଚନା ଯୋଗ୍ୟ ଯେ ସତ୍ୟବାଦୀ ବ୍ଳକରେ ହାଇଦ୍ରାବାଦର ଇକିରିସଟ ନାମକ ଏକ ଅନୁଷ୍ଠାନ ନଡିଆ ଗଛ ବୀରରାମଚନ୍ଦ୍ରପୁର, ଶ୍ରୀରାମଚନ୍ଦ୍ରପୁର, ଦୁଗଲ ଓ ବୀରଗୋବିନ୍ଦପୁର ଗ୍ରାମରେ ନଡିଆ ଗଛ ଯୋଗାଇ ଦେବାପାଇଁ ସ୍ଥିର କରାଯାଇଥିଲା । ବ୍ଳକର ଓଡିଶା ଜିବୀକା ମିଶନ ବିଭାଗ ଏହାର କାର୍ଯ୍ୟକ୍ରମ ଉପରେ ତଥ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହ ସହଯୋଗ ଓ ତଥ୍ୟ ରଖିବେ ବୋଲି ଜଣାପଡିଛି । ମାତ୍ର ଏହି ଅନୁଷ୍ଠାନ ସତ୍ୟବାଦୀ ବ୍ଳକର ଏକ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସହଯୋଗରେ କାର୍ଯ୍ୟ କରୁଛି । ଏମାନେ କହାକୁ କିଛି ନ ଜଣାଇ ମନଇଛା ନଡିଆ ଗଛ ବାଣ୍ଟିଲେ ବୋଲି କହିବାରୁ ଜିଲାପାଳ ବିରକ୍ତି ପ୍ରକାଶ କରିଥିଲେ । ଯେଉଁମାନେ ଏନଆରଜିଏସରେ  ନଡିଆ ଗଛ ନେଇଛନ୍ତି ସେମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ ନାହିଁ । ଯେଉଁମାନେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ନଡିଆଚାଷ କରିବେ ତାଙ୍କ ପରିବାରର ଜଣେ ମହିଳା ଗୋଷ୍ଠୀରେ ସାମିଲ ଥିବେ । ସେମାନଙ୍କୁ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତାଙ୍କୁ ଯୋଜନାରେ ସାମିଲ କରି ପାରିବେ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ପକ୍ଷେ ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯେଉଁ ନଡିଆ ଗଛ ଦେଉଛନ୍ତି ତାହା ୫ ବର୍ଷରେ ଫଳିବା ଆରମ୍ଭ ହୋଇ ୧୦ ବର୍ଷରେ ଶେଷ ହେବ । ୨୫ ଫୁଟ ଦୁରତାରେ ଗୋଟିଏ ଗୋଟିଏ ନଡିଆ ଗଛ ଲାଗିବ ।  ବର୍ତ୍ତମାନ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ୩୫୦ ଓ ବୀରରାମଚନ୍ଦ୍ରପୁର ଗ୍ରାମରେ ୧୫୦ ନଡିଆ ଗଛ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଚାଷୀ ମାନଙ୍କୁ ନଡିଆ ଗଛ ବଣ୍ଟନ କରିଥିବା ଆମ ପାଖରେ ତାଲିକା ପ୍ରଦାନ କରିଥିବା ବ୍ଳକର ଓଡିଶା ଜୀବିକା ମିଶନର ବ୍ଳକ ପୋଗ୍ରାମ ମ୍ୟାନେଜର ଶାଶ୍ୱତୀ ଦାଶଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ଏହି ଅନୁଷ୍ଠାନ ୫ ହଜାରରୁ ଅଧିକ ନଡିଆ ଗଛ ଚାଷୀ ମାନଙ୍କୁ ଦେଇଥିବା କହୁଥିବା ଜଣାପଡିଛି । ପକୃତ ପକ୍ଷେ ସତ୍ୟବାଦୀରେ ଉକ୍ତ ଅନୁଷ୍ଠାନ କେତେ ନଡିଆ ଗଛ ଦେଇଛି ତାହାର ସଠିକ ତଦନ୍ତ କରିବା ପାଇଁ ଜିଲାପାଳଙ୍କୁ  ନଡିଆ ଚାଷୀ ମାନେ ଦାବି କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts