ହାଇୱା ଓ ଟାଟା ଆଇଚର ମୁହାଁ ମୁହିଁ ଧକ୍କା: ଦୁଇ ଚାଳକ ଅଳ୍ପକେ ବତ୍ତିଲେ
କୁଜଙ୍ଗ ---- କଟକ ପାରାଦ୍ୱିପ ରାଜ୍ୟ ରାଜପଥର କୁଜଙ୍ଗ ସିନେମାହଲ ନିକଟରେ ଆଜି ସକାଳ ୬ଟା ସମୟରେ ଏକ ଟାଟା ଆଇଚର ଓ ହାଇୱା ମୁହାଁ ମୁହଁ ଧକ୍କା ହୋଇଛି । ସୂଚନାଯୋଗ୍ୟକି ଭୂବନେଶ୍ୱରରୁ ପାରାଦ୍ୱିପକୁ ଓଆର, ୦୨, ବିଏଚ , ୦୨୭୯ ଏକ ୯୦୯ ଆଇଚର ଆସୁଥିଲାବେଳେ କୁଜଙ୍ଗ ସିନେମାହଲ ନିକଟରେ ପାରାଦ୍ୱିପଆଡୁ ଆସୁଥିବା ଓଆର୨୧ ବି, ୭୭୬୬ ଚନ୍ଦ୍ରମା ଟ୍ରାନ୍ସପୋଟର ଏକ ହାଇୱା ମୁଁହାମୁଁହି ଧକ୍କା ହେବା ଫଳରେ ୯୦୯ ଟ୍ରକଟି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉଭୟ ଗାଡିଚାଳକ ସାମାନ୍ୟ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଯୋଗୁ ରାସ୍ତାର ଉଭୟ ପାଶ୍ୱର୍ରେ ସହ ସହ ଗାଡି ଅଟକରହି ଟ୍ରାଫିକ ସମସ୍ୟ ସୃଷ୍ଟି କରିଥିଲେ । କୁଜଙ୍ଗର ସ୍ୱେଛାସେବିଙ୍କ ସହାୟତାରେ ଜେସିବି ମାଧ୍ୟମରେ ପୋଲିସ ଉଭୟ ଗାଡିକୁ ଥାନା ହେପାଜାତକୁ ଆଣିବା ପରେ ରାସ୍ତା ପାଙ୍କା ହୋଇଥିଲା । । ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର