ବନ୍ୟାର ସ୍ଥାୟୀ ପ୍ରତିକାର ଓ କ୍ଷତିପୁରଣ ଦାବୀରେ ଡେଲାଙ୍ଗ ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କ ଦାବିପତ୍ର
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ଚଳିତ ବର୍ଷ କଣ୍ଟି - ମାଧିପୁର କାଜ ଓ ଦୟାନଦୀରେ ବାରମ୍ବାର ସୃଷ୍ଟି ହୋଉଥିବା ବନ୍ୟାରେ ଡେଲାଙ୍ଗ ବ୍ଳକର ବିଶେଷ କ୍ଷତି ହୋଇଛି । ଏହାର ସ୍ଥାୟୀ ପ୍ରତିକାର ଓ କୃଷକ କ୍ଷେତମଜଦୁର ମାନଙ୍କୁ କ୍ଷତିପୁରଣ ଦାବୀରେ ସି.ପି. ଆଇ ( ଏମ. ଏଲ) ଡେଲାଙ୍ଗ ବ୍ଳକ କମିଟି ପକ୍ଷରୁ ଅଶୋକ କୁମାର ପ୍ରଧାନଙ୍କ ନେତ୍ୱତୃରେ ଏକ ଦାବିପତ୍ର ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରୀଆଙ୍କ ଜରିଆରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ କଣ୍ଟି- ମାଧିୁର କାଜକୁ ସବୁଦିନ ପାଇଁ ବନ୍ଦ କରାଯାଉ, ଦୟାନଦୀ ଶର୍ଯ୍ୟା ଖନନ ସହିତ ଉଭୟପାଶ୍ୱର୍ ନଦୀବନ୍ଧ ଉଚ୍ଚ ଓ ପ୍ରଶସ୍ତ , ଚାଷୀ ଓ ଭାଗଚାଷୀ ମାନଙ୍କୁ ଏକର ପ୍ରତି ତିରିଶି ହଜାର ଟଙ୍କା ପ୍ରଦାନ କରିବା ସହ ଚଳିତ ବନ୍ୟାରେ ଭାଙ୍ଗିଥିବା ଘରର ପରିବାରଙ୍କୁ ତିନି ଲକ୍ଷ ଟଙ୍କା ଘର ନିର୍ମାଣ ପାଇଁ ସହାୟତା, ମନନରେଗା ଯୋଜନାରେ ଶ୍ରମିକ ମାନଙ୍କୁ କାମ ଓ ଦୈନିକ ୫ଶହ ଟଙ୍କା ମଜୁରି ଦିାବି କରାଯାଇଛି । ସେହିପରି କୃଷିଋଣ ଛାଡ, ବିଦ୍ୟୁତ ଦେୟ, ଖଜଣା ଛାଡ କରିବା ସହ ତୁରନ୍ତ ଭାଙ୍ଗି ଯାଇଥିବା ରାସ୍ତା ଘାଟନିର୍ମାଣ କରିବା ପାଇଁ ଆଦି ଦାବୀ କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି