Breaking News

ଡେଲାଙ୍ଗ ବ୍ଳକରେ ରିଲିଫ ପ୍ରଦାନରେ ଅବହେଳା,ଭାଇରାଲ ହେଲା ଅଡିଓ

 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ସୁଜନପୁର ଗ୍ରାମ ପଞ୍ଚାୟତର ଅନେକ ଗ୍ରାମ ଲୁଣା ନଦୀର ବନ୍ୟାଜଳ ଯୋଗୁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଥିଲା । ମାତ୍ର ରିଲିଫ ଯୋଗାଣରେ ପାତର ଅନ୍ତର କରିବାରୁ ସୁଜନପୁର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ସଂଜୟ ରାଉତରାୟଙ୍କ ସହିତ କିଛି ଗ୍ରାମବାସୀ ବ୍ଳକ ବିଡିଓଙ୍କୁ ଦାବି ପତ୍ର ଦେଇଥିଲେ । ବିଧାୟକଙ୍କ ନିର୍ଦ୍ଦେଶରେ ଏକ ଟିମ ଉକ୍ତ ଗ୍ରାମ ଗୁଡିକ ପରିଦର୍ଶନ କରି ରିଲିଫ ଦେବାର ସୁବନ୍ଦୋବସ୍ଥ କରିଥିଲେ । ଆଜି ପଟଣପୁର, ଗୁନୁପୁଟ ଓ ରତନପୁର ଗ୍ରାମକୁ ଚୁଡା, ଗୁଡ ନେବା ପାଇଁ ବ୍ଳକକୁ ଆସିବାରୁ ଅଳ୍ପ କିଛି ନେଇଯାଅ ପରେ ଆସିଲେ ଦିଆଯିବ ବୋଲି ଦାୟତ୍ୱରେ ଥିବା କର୍ମଚାରୀ କହିଥିଲେ ବୋଲି ଏକ ଅଡିଓ ଏବେ ଭାଇରାଲ ହେଉଛି । ତୁରନ୍ତ ବିଧାୟକ ପ୍ରଦୀପ ମହାରଥୀ ଏଥିରେ ହସ୍ତକ୍ଷେପ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts