ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ସଫେଇ ନାମରେ ଠକେଇ; ଅଭିଯୋଗ ଆଣିଲେ ଗ୍ରାମାବସୀ
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ମହୁରା, ପରଜାପଡା, ବଳରାମପୁରଗଡ ଓ କେତକୀପାଟଣା ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡକର ଉଭୟ ପାଶ୍ୱର୍ ସଫେଇ କରାଯାଇଛି । ଏହି ସଫେଇ କାର୍ଯ୍ୟ ଏତେ ନିମ୍ନ ମାନର ଯେ ସଫେଇ ହେବାର ଆଠ ଦିନ ପରେ ଯାହା ଥିଲା ସେହି ଅବସ୍ଥାକୁ ଆସିଛି ବୋଲି ମହୁରା ଗ୍ରାମ ବାସୀ ମାନେ ପୁରୀ ଜିଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ ଜଙ୍ଗଲ ଲତାରେ ପରିପୂର୍ଣ୍ଣ ହୋଇଯାଇଛି । ବିଶେଷ କରି ବୁଲାଣି ଯାଗାରେ ଅପରପାଶ୍ୱର୍ରୁ ଗାଡି ମଟର ଦିଶୁନାହିଁ । ଦୁର୍ଘଟଣା ମାନ ପ୍ରତିଦିନ ଘଟୁଛି । ଗୋଟିଏ ପକ୍ଷେ ରାଜ୍ୟ ସରକାର କରୋନା ସମୟରେ ସମସ୍ତ କାର୍ଯ୍ୟ ଜବକାର୍ଡ ଧାରୀ ମାନଙ୍କ ଦ୍ୱାରା କରିବା ପାଇଁ ନିର୍ଦ୍ଦେଶ ରହିଛି । ଯାହାକି ଲୋକମାନେ କିଛି କିଛି କାମ ପାଇ ପାରିବେ । ଏହି ରାସ୍ତାଟି ନିମାପଡା ଆର.ଡି ଡିଭିଜନ ଅଧୀନରେ ରହିଛି । ବିଭାଗୀୟ ଜେଇ ଠିକାଦାରଙ୍କ ସହଯୋଗରେ ଜେସିବି ମେସିନ ସାହାର୍ଯ୍ୟରେ ରାସ୍ତା କରରେ ଥିବା ଗଛପତ୍ରକୁ ଆଡେଇ ଦେଇ ସଫା କରି ଲକ୍ଷ ଲକ୍ଷ ଟଙ୍କା ବିଲ କରିବା ପାଇଁ ମସୁଧା ଚାଲିଥିବା ଜଣାପଡିଛି । ଏହାର ମଧ୍ୟ କିଛି ଲୋକ ସୁବିଧା ସୁଯୋଗ ନେଇ ରାସ୍ତା କରରେ କଦଳୀ, ସଜନା, ଅମୃତଭଣ୍ଡା ଗଛ ପୋତିବା ସହ ବାଉଁଶରେ ବାଡ କରି ନିଜ ଅକ୍ତିଆରରେ ରଖିଛନ୍ତି । ଅନ୍ୟ ପକ୍ଷେ ସରକାର ଯୋଗାଇ ଦେଇଥିବା ଶୌଚାଳୟ ଗୁଡିକରେ ଜାଳ, ଘସି, ଗୋଖାଦ୍ୟ ରଖିଦେଇ ରାସ୍ତା କରରେ ନିଜର ଶୌଚାଳୟ କରିଛନ୍ତି । ସବୁଠାରୁ ବଡ କଥା ବିଭାଗୀୟ ଅଧିକାରୀ ମାନେ ଏ ରାସ୍ତା ଉପରେ ସେପରି ନଜର ନ ଦେଇ ଠିକାଦାର ମାନଙ୍କ କଥାକୁ ବିଶ୍ୱାସ କରି ବିଲ କରୁଥିବା ଜଣାପଡିଛି । ଏ ସମ୍ପର୍କରେ ୯୪୩୮୨୮୯୯୭୭ ବିଭାଗୀୟ ଜେଇଙ୍କୁ ଫୋନ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ତୁରନ୍ତ ଏ ରାସ୍ତା ପ୍ରତି ଜିଲାପାଳ ନଜର ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି