ଇଛାମୁର୍ତ୍ୟୁ ଦାବି କରି ପୌରକାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଲେ ପୌର କର୍ମଚାରୀ
ଜଟଣୀ -ପୌରପରିଷଦର ଉପରିସ୍ଥ ହାକିମଙ୍କ ଅସହ୍ୟ ମାନସିକ ନିର୍ଯ୍ୟାତନା ଏବଂ ବକେୟା ପାଉଣା ପ୍ରଦାନରେ ବିଳମ୍ବ ଯୋଗୁଁ ଗୃହରେ ଆବଶ୍ୟକ ଖର୍ଚ୍ଚଭାର ତୁଳାଇବାରେ ଘୋର ଅସୁବିଧା ଅଭିଯୋଗ କରି ଜଟଣୀ ପୌରପରିଷଦର ଜଣେ କର୍ମଚାରୀ ବିଷ୍ଣୁ ପ୍ରସାଦ ମିଶ୍ର ଇଛା ମୁର୍ତ୍ୟୁ ଲୋଡିଛନ୍ତି । ସେ ଏ ନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁମତି ପ୍ରଦାନ ପାଇଁ ଚିଠି ଲେଖି ଜଣାଇଛନ୍ତି ।ସେ ଲେଖିଛନ୍ତି ୧୯୮୮ରେ ପୌର ପରିଷଦର ଜଣେ ଫାର୍ମାସିଷ୍ଟ ଭାବେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ । ଗତ ୨୩-୫-୨୦୧୪ଠାରୁ ୧୫-୩-୧୭ପର୍ଯ୍ୟନ୍ତ ସେ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ ।
୨୬-୪-୨୦୧୭ରେ ଈସୁ ଓ ଡ଼ାଇରୀ ବିଭାଗରେ ଯୋଗ ଦେଇଥିଲେ । ୧୮-୩-୧୯ରେ ତାଙ୍କୁ ଡାଂଫିକ ଇଆଡ଼କୁ ବଦଳି କରାଯାଇଥିଲା । ୨୯-୮-୨୦୧୯ ରେ ପୁଣି ତାଙ୍କୁ ପରିମଳ ବିଭାଗକୁ ବଦଳି କରାଯାଇଥିଲା । ତେଣୁ ହଇରାଣ କରିବାପାଇଁ ବାରମ୍ବାର ବଦଳି କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ବକେୟା ପାଉଣା ଦିଆଯାଉନାହିଁ । ତାଙ୍କ ସାନ ଝିଅ କରୋନା ସଂକ୍ରମିତ ହୋଇଥିବା ବେଳେ ପତ୍ନୀ ରୋଗରେ ଶଯ୍ୟାଶାୟୀ ଅଛନ୍ତି । ବହୁବାର Acp/Rcp ବାବଦରେ ନିର୍ବାହୀ ଅଧିକାରୀଙ୍କୁ ଦରଖାସ୍ତ ମାଧ୍ୟମରେ ନିବେଦନ କରିଥିଲି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ନିର୍ବାହୀ ଅଧିକାରୀ ମୋ ଦୁଃଖ ନ ଶୁଣି ବହୁବାର ଅଣଦେଖା କରିଛନ୍ତି । ଶ୍ରୀ ତପନ କୁମାର ମହାପାତ୍ର ନିର୍ବାହୀ ଅଧିକାରୀ ବାରମ୍ବାର ମୋତେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଚାକିରୀ କ୍ଷେତ୍ରରେ ମାନସିକ ଯନ୍ତ୍ରଣା ଏବଂ ପରିବାରର ଚିକତ୍ସା ପାଇଁ ଅର୍ଥବାଧକ ଉଲ୍ଲେଖ କରି ୨୧ ତାରିଖ ଠାରୁ ସେ ପୌରକାର୍ଯ୍ୟଳୟ ସମ୍ମୁଖରେ ଆମରଣ ଅନଶନରେ ଧାରଣାରେ ବସିଛନ୍ତି ।
ଜଟଣୀରୁ --ରଙ୍ଗନାଥ ବେହେରା