ସାଇରାମର ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଧରାକୋଟ----ମା କୋଳରେ ସୋଇଛି ପାଞ୍ଚ ବର୍ଷର ପୁଅ। ଖେଳ କୁଦ ବୟସରେ ଭୋଗୁଛି ଅସହ୍ୟ ଯନ୍ତ୍ରଣା। ଜନ୍ମରୁ ଜୀବନ ସହ ସଂଗ୍ରାମ କରୁଛି ପାଞ୍ଚବର୍ଷର ଶିଶୁ ସାଇରାମ। ପୁଅକୁ ଅଭିଶପ୍ତ ଜୀବନରୁ ମୁକ୍ତ କରିବାକୁ ଉଦ୍ୟମ କରି ଥକି ଗଲେଣି ମା ବାପା।ଏବେ କେବଳ ସରକାରଙ୍କ ସହଯୋଗ ହିଁ ଭରଷା । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗନ୍ନାଥପୁର ଶାସନ ଗ୍ରାମର ଶିବରାମ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଲଷ୍ମୀ ପ୍ରଧାନ। ହେଲେ ଏହି ଦମ୍ପତିଙ୍କ ଖୁସି ଛଡେଇ ନେଇଛି ପୁଅର ରୋଗ । ପୁଅ ସାଇରାମକୁ ବର୍ତ୍ତମାନ ପାଞ୍ଚ ବର୍ଷ ଚାଲୁଛି । କିନ୍ତୁ ଜନ୍ମରୁ ସେ ଜୀବନ ସହ ସଂଗ୍ରାମ କରୁଛନ୍ତି। ନା ସେ ବସି ପାରୁଛି ନା ଉଠିପାରୁଛନ୍ତି।କେବଳ ଶେଯରେ ସୋଇ ରହୁଥିବା ବେଳେ ବେଳେ ସେ କିଛି ଜାଣି ପାରୁନାହାନ୍ତି।ଏହା ଛଡା ତାଙ୍କର ଶରୀରର କିଛି ବିକାଶ ହେଉନାହିଁ ତେଣୁ ଯେମିତି କି ସେମିତି ଅବସ୍ଥାରେ ରହି ଯାଇଛନ୍ତି ସାଇରାମ। ପରିବାର ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଡାକ୍ତର ଖାନା ଦେଖାଇବା ସ୍ୱତେ ମଧ୍ୟ କିଛି ସୁଫଳ ମିଳିନାହିଁ।ଶିବରାମ ଜଣେ ଦିନ ମଜୁରିଆ ହେଲେ ମଧ୍ୟ ନିଜ ଘରଦ୍ୱାର ଜମିବାଡ଼ି ବନ୍ଧାରଖି ପୁଅକୁ ଦେଖାଇଲେଣି। ହେଲେ ପୁଅର ସ୍ୱାସ୍ଥ୍ୟବସ୍ତାରେ କୌଣସି ଉନ୍ନତି ଘଟୁନି । ଆଉ ଏବେ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ଅର୍ଥର ଅଭାବ ଯୋଗୁଁ ସେ ଏବେ ପୁଅର ଚିକିତ୍ସା କରେଇ ପାରୁନାହାନ୍ତି। ଏପରିକି ସାଇରାମ ଶତକଡା ଶହେ ଭାଗ ବିକଳାଙ୍ଗ ଥିବା ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ଏଯାବତ ତାଙ୍କୁ ବିକଳାଙ୍ଗ ଭତା ମଧ୍ୟ ମିଳୁନଥିବା ଘରଲୋକ କହିଛନ୍ତି । ଏ ସମ୍ପର୍କରେ ଧରାକୋଟ ବିଡ଼ିଓ ବିବୁଧ ଗଡ଼ନାୟକ କହନ୍ତି ବହୁ ଶିଘ୍ର ସାଇରାମର ଚିକିତ୍ସାର ବ୍ୟବସ୍ଥା କରାଯିବ ସହ ଭର୍ତ୍ତା କରାଯିବ ବୋଲି କହିଛନ୍ତି ।
ଧରାକୋଟ ରୁ କାଳୁ ଚରଣ ମହାପାତ୍ର