କୃଷିଋଣ ଓ ବନ୍ୟାକ୍ଷୟକ୍ଷତି ପ୍ରଦାନ କରାଯିବାକୁ ଦାବି କଲେ ସାହାରିଡିଆ ବାସି
କୁଜଙ୍ଗ ---- ଚଳିତବର୍ଷ ବନ୍ୟାରେ କୁଜଙ୍ଗ ତହସିଲ ଅଧିନ ସାହାରାଡିଅ ଓ ମହାନଦୀ ଅବବାହିକା ପଠା ନାଳଦିଆ ପାଳନ୍ଦାରେ ବନ୍ୟାଆସି ସମ୍ପୁର୍ଣ୍ଣ ଚାଷଜମି ବୁଡିଯିବା ସହିତ ଧାନଚାଷ ନଷ୍ଠ ହୋଇଯାଇଛି । ଏହା ସାଙ୍ଗକୁ ଚାଷ ଜମିରେ ବାଲି ଚଢି ଯାଇଛି । ଯାହାଫଳରେ ହାତ ଉଧାରି ଓ ସମବାୟ ସମିତିରୁ କୃଷି ଋଣ କରି ଚାଷିମାନେ ଚାଷ କରିଥିଲେ । ବନ୍ୟାଯୋଗୁ ଫସଲ ନଷ୍ଟ ହୋଇଯିବାରୁ ଚାଷିମାନେ ଚିନ୍ତାରେ ପଡିଛନ୍ତି । ଏବେ ଚାଷୀ ମାନେ ଉଧାର ଟଙ୍କା ଓ କୃଷିଋଣ ଶୁଝିବାକୁ ସମ୍ପୁର୍ଣ୍ଣ ଅକ୍ଷମ ହୋଇପଡିଛନ୍ତି । ଚାଷଜମିରେ ବାଲିମାଡି ଯାଇଥିବାରୁ ଚଳିତବର୍ଷ ରବିଚାଷ କରିବାକୁ ମଧ୍ୟ ଚାଷୀ ମାନେ ଅସମ୍ଭବ ହୋଇପଡିଛନ୍ତି । ଏଣୁ ତୁରନ୍ତ ସରଜମିନି ତଦନ୍ତକରି ଚଳିତ ବର୍ଷର କୃଷିଋଣ ଛାଡ କରିବା , ରବିଚାଷ ନିମନ୍ତେ ସାର, ବିହନ, ଓ÷୍ୟଷଧଆଦିର ସୁବ୍ୟବସ୍ଥା କରିବା , ଚାଷ ଜମିରେ ମାଡିଯାଇଥିବା ବାଲି ଅପସାରଣ କରିବାକୁ ପୂର୍ବତନ ସରପଞ୍ଚରଞ୍ଜନ କୁମାର ସ୍ୱାଇଁଙ୍କ ସହିତ ଗଗନ ବିହାରି ପଟ୍ଟନାୟକ, ସର୍ବେସ୍ୱର ସ୍ୱାଇଁ, କେଳୁ ଚରଣ ବେହେରା, ପ୍ରମୋଦ ସ୍ୱାଇଁ, ନରହରି ପ୍ରଧାନ, ଭଗତ ଦାସ, ପ୍ରମୋଦ ପ୍ରଧାନ, ଶିଶିର ମଳିକ, ଅକ୍ରୁର ସେଠୀ, ହରେକୃଷ୍ଣ ପ୍ରଧାନ, ବିଚିତ୍ର ସ୍ୱାଇଁ ପ୍ରମୁଖ ଓଡିଶାର ମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀ, ବିଧାୟକ, ସାଂସଦ, ଜିଲ୍ଲା କୃଷି ଅଧିକାରୀ, ତହସିଲଦାର କୁଜଙ୍ଗକୁ ଲିଖିତଭାବେ ଜଣାଇଛନ୍ତି ।
ଜଗତସିହପୁରରୁ ପ୍ରଳୟ କୁମାର ମହାପାତ୍ର