କଟୁରି ଦେଖାଇ ବନ୍ଧନ ବ୍ୟାଙ୍କ କର୍ମଚାରୀ ଙ୍କ ଠାରୁ ଲୁଟ ; ପିପିଲି ପୋଲିସ କୁ ପୁଣି ଚାଲେଞ୍ଜ ଦେଲେ ଲୁଟେରା
ପିପିଲି- ----୩୧୬ନଂ ପୁରୀ --ଭୂବନେଶ୍ବର ଜାତୀୟ ରାଜପଥରେ ପିପିଲି ପୋଲିସ କୁ ଲୁଟେରା ମାନେ ପୁଣି ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି । ପିପିଲି ପୋଲିସ ନିରୁପାୟ ହୋଇପଡ଼ିଛି । ତିନି ଦିନ ମଧ୍ୟରେ ଦୁଇଟି ଘଟଣା ଘଟିଲାଣି । ପୋଲିସ ଲୁଟେରା ମାନଙ୍କର ଟେର ପାଉନାହିଁ । ସୁଚନା ଯୋଗ୍ୟ ଯେ ଦାଣ୍ଡମୁକୁନ୍ଦପୁର ବାଇପାସ ଛକ ନିକଟରେ ବନ୍ଧନା ବ୍ୟାଙ୍କର ମହିଳା କର୍ମଚାରୀ ସ୍କୁଟିରେ ୬୭ ହଜାର,୮୪୫ଟଙ୍କା ନେଇ ଆସୁଥିଲେ । ଦୁଇ ଜଣ ଯୁବକ ବାଇକି ଆସି କଟୁରୀ ଦେଖାଇ ମହିଳା ଙ୍କ ସ୍କୁଟି ଗାଡିକୁ ଧକ୍କାକରି ତାଙ୍କ ନିକଟରୁ ଟଙ୍କା ୬୭ ହଜାର,୮୪୫ଟଙ୍କା କୁ ଲୁଟିନେବାରେ ସଫଳ ହୋଇଛନ୍ତି । ମିଳିଥିବା ସୁଚନା ଅନୁଯାଇ ମହିଳା ଜଣକ ବନ୍ଧନବ୍ଯାଙ୍କର କର୍ମଚାରୀ କବିତା ସାହୁ । ଅପରାହ୍ନ ସମୟରେ କଲେକ୍ସସନ ଟଙ୍କାକୁ ନେଇ ବ୍ଯାଙ୍କ ଅଭିମୁଖେ ପିପିଲି ଯାଉଥିବା ବେଳେ ଦାଣ୍ଡମୁକୁନ୍ଦପୁର ବାଇପାସଠାରେ ଲୁଟର ଶିକାର ହୋଇଛନ୍ତି । ଏ ସମ୍ପର୍କରେ ପିପିଲି ଥାନାରେ କବିତା ସାହୁ ଲିଖିତ ଅଭିଯୋଗ କରିଛନ୍ତି ।ଅଭିଯୋଗକୁ ଭିତ୍ତିକରି ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟି ଗାଡିକୁ ଜବତ କରିବା ସହ ତଦନ୍ତ ଚଳାଉଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ତିନି ଦିନ ମଧ୍ୟରେ ଦୁଇ ଦୁଇଟି ଘଟଣା ଘଟିବା ପରେ ଜନସାଧାରଣ ଏବେ ନିଜକୁ ନିରାପଦ ମଣୁନାହାନ୍ତି ।
ପିପିଲି ରୁ ବିଜୟ କୁମାର ମହାପାତ୍ର