ଅଳଗୁମ ମାଳିସାହିରେ କରୋନା ସଚେତନତା ର୍ୟାଲି
ସାକ୍ଷୀଗୋପାଳ ------- ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବଡିବାରେ ଲାଗିଛି । ଲକ ଡାଉନ ଉଠିଯିବା ପରେ ସତ୍ୟବାଦୀରେ କୋଭିଡ-୧୯ ଆଇନକୁ ଜନସାଧାରଣ ଫୁ କରି ଦେଇଛନ୍ତି । ବ୍ୟବସାୟିଙ୍କ ଠାରୁ ଗରାଖ ପର୍ଯ୍ୟନ୍ତ କେହି ମାସ୍କ ବ୍ୟବହାର କରୁ ନାହାନ୍ତି । ଦେକାନ ମାନଙ୍କର ସାମାଜିକ ଦୂରତା ରକ୍ଷା ହୋଇ ପାରୁନାହି । ମାତ୍ର ଗ୍ରାମ ମାନଙ୍କରେ କରୋନାକୁ ନେଇ ଏବେବି ସଚେତନତା ଜାରି ରହିଛି । ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଳଗୁମ ପଞ୍ଚାୟତର ମାଳିସାହିରେ ଗାଁ’ କଲ୍ୟାଣ ସମିତି ପକ୍ଷରୁ କୋଭିଡ୍ ପରିଚାଳନା କମିଟି ଦ୍ୱାରା କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ସବିତା ବିଶ୍ୱାଳଙ୍କ ସଭାପତିତ୍ୱରେ ଏକ ସଭା କରାଯାଇଥିଲା । ଅଙ୍ଗନବାଡ଼ି କର୍ମୀ, ଏସ୍ଏଚ୍ଜି ସଭ୍ୟା, ଆଶା କର୍ମୀ, ୱାର୍ଡ ସଭ୍ୟା ଯୋଗଦେଇ ଗ୍ରାମରେ କରୋନା ନିୟମ କିଭଳି କଡ଼ାକଡ଼ି ପାଳନ କରାଯାଇପାରିବ ସେ ନେଇ ଆଲେଚନା କରିଥିଲେ । ବୈଠକ ପରେ ବ୍ୟାନର୍, ପ୍ଲାକାର୍ଡ ଧରି ବିଭିନ୍ନ ସଚେତନତା ବାର୍ତ୍ତା ର୍ୟାଲି ମା୍ମମରେ ପ୍ରଚାର କରିଥିଲେ । ଏପରିକି ଲୋକମାନେ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା, ବାହାରେ ଛେପ ନପକାଇବା, ବାରମ୍ବାର ହାତ, ମୁହଁକୁ ସାବୁନରେ ଧୋଇବା, ବୟସ୍କ ଓ ଗର୍ଭବତୀଙ୍କ ଯତ୍ନ ନେବା, ଗାଁରେ କାହାର କାଶ, ଛିଙ୍କ, ଜ୍ୱର ଆଦି କୋଭିଡ୍ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ଜଣାଇବା ଆଦି ସମ୍ପର୍କରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସବିତା ବିଶ୍ୱାଳ, ୱାର୍ଡ ସଭ୍ୟା ବାସନ୍ତୀ ପ୍ରଧାନ, ଅଙ୍ଗନବାଡ଼ି କର୍ମୀ ସୌଭାଙ୍ଗିନୀ ନାୟକ, ସୁଦେଷ୍ଣା ଜେନା, ମମତାରାଣୀ ପରିଡ଼ା, ପୁଷ୍ପଲତା ସାହୁ, ଆଶା କର୍ମୀ ବିଦୁଲତା ପ୍ରଧାନ, ସବିତା ବରାଳ, ଆବାହିକା ନିରଞ୍ଜନା ଦିକ୍ଷିତଙ୍କ ସମେତ ପ୍ରତିମା ବରାଳ, ଶାନ୍ତିଲତା ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ଜେନା, ଦୀପ୍ତିମୟୀ ପ୍ରଧାନ, କମଳିନୀ ସ୍ୱାଇଁ, ମାନିନୀ ବିଶ୍ୱାଳ, ଲିଲିମା ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି