ନାବାଳିକାକୁ ଅପହରଣ ପରେ ବଳିଦେବାକୁ ଉଦ୍ୟମ ; ରାତା ରାତି କୋଟିପତି ହେବା ଥିଲା ତାନ୍ତ୍ରିକର ଲକ୍ଷ
ଧରାକୋଟ ----- ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଚଷା ପିତଳ ଗାଁ ନିକଟରେ ବାର ବର୍ଷର ନାବାଳିକା କୁ ଅପହରଣ କରି ବଳି ପକାଇବା ପାଇଁ ନେଉ ଥିବା ଉଦ୍ୟମ ବିଫଳ । ପୋଲିସ ଦ୍ଵାରା ତିନି ଗିରଫ । ଖଣ୍ଡା ବାଇକ ଜବତ । ବଳି ପକାଇବା ପାଇଁ ଅଭିଯୁକ୍ତ ମାନେ କରିଥିଲେ ଉଦ୍ୟମ । ଗତ କିଛି ଦିନ ତଳେ ନାବାଳିକାକୁ ବିକ୍ରି କରିବା ପାଇଁ ତାଙ୍କ ଭାଇକୁ ରାମ ଚନ୍ଦ୍ର ପୁର ଓ ପିତଳ ଅଂଚଳ ର ତିନି ଜଣ ଆସି ତିରିଶି ହଜାର ଟଙ୍କା ଯାଚିଥିଲେ । କିନ୍ତୁ ଏଥିରେ ନାବଳିକାର ଭାଇ ରାଜି ହୋଇନଥିଲେ । ଅଭିଯୁକ୍ତ କାରୀମାନେ କୌଶଳରେ ନାବାଳିକାଙ୍କୁ ଅପହରଣ କରିନେଇଥିଲେ । ହିଂଜିଲି ନିକଟରେ ଏକ ମନ୍ଦିର ରେ ବଳିଦେବାକୁ ଯୋଜନା କରୂଥିଲେ । ନାବଳିକାର ଭାଇ ଓ ଗ୍ରାମ ବାସୀଙ୍କ ଠାରୁ ସୁଚନା ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବଳି ପାଇଁ ନାବାଳିକାକୁ ଉଦ୍ଧାର କରିବା ସହ ତିନି ଅଭିଯୁକ୍ତ କୁ ଗିରଫ କରିଛି । ଘଟଣା ସ୍ଥଳରୁ ବାଇକ ଓ ଖଣ୍ଡା କୁ ଜବତ କରିଛି । ତିନି ଅଭିଯୁକ୍ତ ହେଲେ ଚିତ୍ର ସନ ତରାଇ, ପଞ୍ଚାନନ ଗୌଡ଼, ଓ ଅମୟ କୁମାର ସ୍ୱାଇଁ । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ତାନ୍ତ୍ରିକ ସହ ଅନ୍ୟ ପାଞ୍ଚ ଜଣ ଏବେ ମଧ୍ୟ ଫେରାର ଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇ ଛନ୍ତି । ବହୁ ଶିଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ