କୋଣାର୍କରୁ ଉଦ୍ଧାର ଅସହାୟ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥାରେ ପରିବର୍ତ୍ତନ
କୋଣାର୍କ --- ଗତ ସୋମବାର କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ ମୁମୃର୍ଷ ଅବସ୍ଥାରେ ଦୀର୍ଘ ୬ମାସ ଧରି ପଡିରହିଥିବା ଜଣେ ଅପରିଚିତ ଅସାହାୟ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଥିଲା । ଏହି ବୃଦ୍ଧଜଣଙ୍କୁ କୌଣସି ଏକ ଗାଡି ଧକା ଦେଇଥିଲା । ଯାହା ଫଳରେକି ସେ ଆଘାତ ପ୍ରାପ୍ତ ହୋଇ ଚାଲିବୁଲି ପାରୁ ନଥିବାରୁ ଅସାହାୟ ଅବସ୍ଥାରେ ଗୋଟିଏ ସ୍ଥାନରେ ପଡି ରହିଥିଲୋ । କେକେତ ସହୃଦୟ ବ୍ୟକ୍ତିଙ୍କ ଖାଦ୍ୟ ଦାନକୁ ଆଧାର କରି ଜୀବନ ଧାରଣ କରି ବଞ୍ଚି ରହିଥିଲେ । ଏଭଲି ଏକ ସମ୍ବେଦନଶିଳ ଘଟଣା ନଜରକୁ ଆସିବା ପରେ ସାମ୍ବାଦିକ ଅଜିତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଛାତ୍ର ସଙ୍ଗଠନର କୁନାଲ ପାତ୍ର, ପିନାକିପ୍ରସାଦ ନାୟକ ଓ ଆଭାସ ମୁଦୁଲି ପ୍ରମୁଖ ବୃଦ୍ଧଙ୍କୁ ଉଦ୍ଧାର କରି ବଞ୍ଚିବାର ରାହା ଦେଖାଉଥିବା ପୁରୀର ଅଗ୍ରଣୀ ସ୍ୱଛାସେବୀ ସଙ୍ଗଠନ ‘ହୋପ ଇଜି ଲାଇଫି’ ସଂସ୍ଥାର କର୍ମକର୍ତ୍ତାଙ୍କୁ ହସ୍ତାନ୍ତର କରି ଥିଲେ । ‘ହୋପ ଇଜ ଲାଇଫ’ର ସଭାପତି ସୁରେଶ ନନ୍ଦ, ଉପସଭାପତି ଦିନଭଞ୍ଜନ ପଣ୍ଡା, ନିଲୁ ଓ ସୁବ୍ରତଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କ ନିସ୍ୱାର୍ଥପର ସେବା ପାଇଁ ଏହି ଅପରିଚିତ ଅଣ ଓଡିଆ ବୃଦ୍ଧ ଜଣକ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତାଙ୍କର କୋଭିଡ ଟେଷ୍ଟ ସହିତ ଏକ୍ସରେ ଏବଂ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରାଯାଇଥିବା ବେଳେ ସିଟି ସ୍କାନ ମଧ୍ୟ କରାଯାଇଛି । ସିଟି ସ୍କାନ ରିପୋର୍ଟରୁ ଜଣା ପଡିଛି କି କୌଣସି ଏକ ଦୂର୍ଘଟଣାରୁ ତାଙ୍କର ଡାହାଣ ପଟ ଜଙ୍ଘର ହାଡ଼ ଭାଙ୍ଗି ଯାଇଛି । ଡାକ୍ତରଙ୍କ ସୂଚନାନୁଯାଇ ଅସ୍ତ୍ରପ୍ରଚାର ପରେ ସେ ଖୁବଶିର୍ଘ ସୁସ୍ଥ ହୋଇଯିବେ । ଅସ୍ତ୍ର ପ୍ରଚାର ପାଇଁ ପୁରୀ ସଦର ହସପିଟାଲରେ ସୁବିଧାନଥିବାରୁ ତାଙ୍କୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ । ଅସହାୟଙ୍କ ପାଇଁ କାମ କରୁଥିବା କଟକର ଅଗ୍ରଣୀ ସ୍ୱଛାସେବୀ ସଙ୍ଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟକୁ ଆସନ୍ତା ଶନିବାର ହସ୍ତାନ୍ତର କରାଯିବ । ଦୀର୍ଘ ୬ମାସ ଧରି ଗୋଡଭଙ୍ଗା ଜନ୍ତ୍ରଣାରେ ଛଟପଟ ହେଉଥିବା ଏବଂ ଅନ୍ୟର ଦୟାରେ ବଞ୍ଚିଥିବା ଏହି ଅପରିଚିତ ବୃଦ୍ଧଜଣକ ଏବେ ଡାକ୍ତରୀ ଚିକିତ୍ସା ପାଇବା ପରେ ସୁସ୍ଥ ହେଉଥିବା ଜଣାପଡିଛି ।
କାର୍ଣାକରୁ ଅଜିତ କୁମାର ମଲିକ