ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ବରୀ ର ଫଳ ବ୍ୟବସାୟି ଫୁସନ
ବରୀ- ପ୍ରଳୟଙ୍କାରି ବନ୍ୟା ବରୀ ଅଞ୍ଚଳରେ ଲୋକମାନଙ୍କୁ ଦୁଃଖ ଦେଇଗଲା। ଏହି ବନ୍ୟା ରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ପାନୀୟ ଜଳ ଓ ଖାଦ୍ୟର ଘୋର ଅଭାବ ଦେଖିବାକୁ ମିଳିଛ। ବନ୍ୟା ବିପନ୍ନ ଙ୍କ ଦୁଃଖ ସମୟ ରେ ସେମାନଙ୍କ ନିକଟରେ ପହଞ୍ଚି ଥିଲେ ବରୀ ମୁଖ୍ୟ ବଜାର ଉପରେ ବ୍ୟବସାୟ କରୁଥିବା ଖୁଦ୍ର ଫଳ ବେପାରୀ ରବୀନ୍ଦ୍ର କୁମାର ମଲ୍ଲିକ(ଫୁସନ) । ନିଜ ଅଞ୍ଚଳ ରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୨୯ ତାରିଖରେ ଶ୍ରୀ ମଲ୍ଲିକ ବନ୍ୟାରେ ଘରୁ ବାହାରକୁ ବାହାରି ପାରୁନଥିବା ଲୋକମାନଙ୍କ ପାଖରେ ଶୁଖିଲା ଖାଦ୍ୟ ନେଇ ପହଁଚି ଥିଲେ । ତାଙ୍କର ଏଭଳି ମହତ କାମକୁ ବିଭିନ୍ନ ମହଲରୁ ପ୍ରଂଶସା କରାଯାଇଛି। ଉକ୍ତ ବଣ୍ଟନ କାର୍ଯ୍ୟକ୍ରମ ରେ କୈଳାଶ ମହାନ୍ତି,ପ୍ରଦିପ ବେଉରିଆ,ପ୍ରଶଂନ୍ନ ପରିଡା ଉପସ୍ଥିତ ଥିଲେ।
ଯାଜପୁର ବରୀରୁ ଦର୍ଶନ ବେହେରା