Breaking News

ଅତାବିରା ଏନଏସିରେ ମହା ଦୁର୍ନୀତି ଅଭିଯୋଗ ଆଣିଲେ ୱାର୍ଡବାସି



ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ୧୨ଟି ୱାର୍ଡକୁ ନେଇ ଦୀର୍ଘ ସାତ ବର୍ଷରୁ ଉର୍ଦ୍ଧ୍ବ ହେବ ଗଠିତ। ବିକାଶର ଡିଣ୍ଡିମ ବାଡେଇ ବିନାଶର ବୀଜ ବୁଣି ଲୋକଙ୍କୁ ଅନ୍ଧାରରେ ରଖି ବିନା ଫଳକରେ ଦୁଇ ରୁ ତିନି ନମ୍ବର ୱାର୍ଡକୁ ଯାଉଥିବା ରାସ୍ତାରେ କାମ ଚାଲିଛି ।  ମିନାର ବନ୍ଦ ଠାରୁ ନାଳିଆ ପର୍ଯ୍ୟନ୍ତ ଏକ ନିର୍ମାଣ ହେଉଥିବା ଡ୍ରେନ ପାଖାପାଖି କୋଡିଏ ଦିନ ନ ହେଉଣୁ ସାମାନ୍ୟ ବର୍ଷାରେ ଭାଙ୍ଗି ଯାଇଛି ।  ତାହା ଏବେ ଅତାବିରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ସୂଚନା ଅନୁସାରେ ଅତାବିରା ଏନ୍ଏସି ରେ ଏକ ଠିକାଦାର ନାମରେ ଟେଣ୍ଡର ବାହାରି ସେହି ଡ୍ରେନ ପ୍ରାୟ ସତର ଲକ୍ଷ ଟଙ୍କାର କାମ ଛଅ ଜଣ ଠିକାଦାର ମିଳିତ ହୋଇ କିଛିଦିନ ହେବ କରୁଥିଲେ କିନ୍ତୁ ତାହା ନିମ୍ନମାନର ହେଉଅଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।  କିନ୍ତୁ ଏନ୍ଏସି ଅଧିକାରୀ କଣ ପାଇଁ ତାଉପରେ ତଦାରଖ କରିନଥିଲେ ତାହା ଏଠାରେ ପ୍ରଶ୍ନ କରିଛନ୍ତି ଅତାବିରା ର ନାଗରିକ ଏବଂ ବିରୋଧୀ କଂଗ୍ରେସ ଦଳ। ଏହିଭଳି ନିମ୍ନମାନର କାମକୁ କିଭଳି ଭାବେ ପ୍ରଶାସନିକ ଅଧିକାରୀ ତଦାରଖ ନକରି ଗୋଟିଏ ପରେ ଗୋଟିଏ କାମ ସେମାନଙ୍କୁ ଦେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି ।  ଯେଉଁ ଠିକାଦାର ଏହିଭଳି ସାମାନ୍ୟ ଡ୍ରେନ ଯଦି ତିଆରି କରିପାରୁନାହିଁ ଠିକ ଭାବରେ ସେ କିଭଳି ଭାବେ ଅନ୍ୟ କାମ ମାନେ କରୁଥିବ ତାହା ପ୍ରଶ୍ନ କରିଛନ୍ତି ଜନସାଧାରଣ । ଏହିଭଳି ନିମ୍ନ ମାନର କାମ କରୁଥିବା ଠିକାଦାର ମାନଙ୍କର ଲାଇସେନ୍ସ ରଦ୍ଧ କରିବା ପାଇଁ ଦାବି କରିଛନ୍ତି। ପୁଣିଥରେ ଠିକଭାବେ କାମ କରାଯାଉ ବୋଲି ପୂର୍ବତନ ବିଧାୟକ ନିହାରମହାନନ୍ଦ ତଥା କଂଗ୍ରେସ ଦଳ ର ସଭ୍ୟ ମାନେ ଅତାବିରା ଏନ୍ଏସି ଅଧିକାରୀ ଡ଼ ତପସ୍ୱିନୀ ଗୁରୁଙ୍କ ସହ ସାକ୍ଷାତକରି ଅନୁରୋଧ କରିଛନ୍ତି । ଏବଂ ଅଞ୍ଚଳରେ ଯେତେସବୁ କାମ ହୋଇଛି କିମ୍ବା ହେବାକୁ ଯାଉଛି ତାହାର ଉପଯୁକ୍ତ ତଦାରଖ କରି ଉନ୍ନତ ଧରଣର କାର୍ଯ୍ୟ କରାଯାଉ ବୋଲି ଦାବି କରିଛନ୍ତି। ଏନ୍ଏସି ଅଧିକାରୀ ଉକ୍ତ କାମପାଇଁ ଠିକାଦାରଙ୍କୁ କୌଣସି ଟଙ୍କା ଦିଆଯାଇନାହିଁ ଓ ଆମ ଅଫିସ ପାଇଁ ଏମ ଇ ସାର ନାହାନ୍ତି ତେଣୁ କିଛି ଅସୁବିଧାର ସମ୍ମୁଖୀନ ହେଉଛି ତେଣୁ ବର୍ତମାନ ଏମ ଇ ମଧ୍ୟ ନିଯୁକ୍ତି ପାଇ ସାରିଛନ୍ତି ଆଗାମୀ ଦିନରେ ଏସବୁ ଅସୁବିଧା ହେବନାହିଁ ବୋଲି ସେ କହିଛନ୍ତି । ଆଲୋଚନା ପରେ ସେହି ଭାଙ୍ଗିଯାଇଥିବା ଡ୍ରେନ ସ୍ଥାନକୁ ଉକ୍ତ ଠିକାଦାର ମାନେ,ଏନ୍ଏସି ଅଧିକାରୀ,ଏମ ଇ, ଚେୟାରମେନ ପରିଦର୍ଶନ କରି ଉକ୍ତ କାର୍ଯ୍ୟକୁ ତଦାରଖ କରିଥିଲେ। ପୂର୍ବ ଏନ୍ଏସି ଅଧକ୍ଷା ସମୟରେ ଅତାବିରା ଏନଏସି କୁ ସ୍ୱାଗତ ଜଣାଉଥିବା ଲୁହା ଗେଟ ପ୍ରାୟ  ୨୨ ଲକ୍ଷ୍ୟ୍  ଟଙ୍କାରେ ଦୁଇଟି ନିର୍ମାଣ ହୋଇଥିଲା । ତାହା ମଧ୍ୟ ସାମାନ୍ୟ ବର୍ଷାରେ ଭାଙ୍ଗି ଯାଇଛି । ତେବେ ସେଥିପ୍ରତି ମଧ୍ୟ କୌଣସି ପଦକ୍ଷେପ କିମ୍ବା ତଦନ୍ତ କରାଯାଇନଥିିବା ଏହା ପଛରେ କଣ ଉଦ୍ୟେଶ ରହୁଛି ଅଂଚଳରେ ପ୍ରଶ୍ନ ସୃଷ୍ଟି କରୁଛି । ତେବେ ବିଜେଡି ସମୟରେ ହୋଇଥିବା ଏହିଭଳି ଦୁର୍ନୀତି ବିରୋଧରେ କେବେ ପ୍ରଶାସନ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଲା ।ନଚେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍...

Blog Archive

Popular Posts