Breaking News

'ଫନି 'ତାଲିକା ପ୍ରସ୍ତୁତିରେ ଅନିୟମିତତା କୁ ନେଇ ଶତାଧିକ ମହିଳା ରାଜସ୍ବବିଭାଗ କାର୍ଯ୍ୟାଳୟ ଘେରାଉ କଲେ


ଜଟଣୀ -----୨୦୧୯ ମସିହାରେ ଘଟିଥିବା ବାତ୍ୟା 'ଫନି 'ର କରାଳ ରୂପରେ ଓଡିଶାବାସିଙ୍କୁ ଆଘାତ ଦେଇ ଚାଲିଯାଇଥିଲା । ସେହି ବାତ୍ୟା  ବହୁ ଗରିବଙ୍କ ମୁହଁରେ ହସ ଛଡାଇ ନେଇଥିଲା । ଗରିବମାନଙ୍କ ଝାଟି ମାଟି, ଚାଳ ଛପର ଘର ମାଟିରେ ମିଶି ଯାଇଥିଲା  । ବହୁ ଲୋକ ଫେରି ହୋଇଯାଇଛନ୍ତି। ଆଜିସୁଦ୍ଧା ଗରିବଙ୍କ ଅଣ୍ଟା ସଳଖି ହୋଇପାରିନାହିଁ  । ଗରିବଙ୍କୁ ସହାୟତା ପାଇଁ ସରକାର ଏକ ତାଲିକା ପ୍ରସ୍ତୁତପାଇଁ ଯୋଜନା କରିଥିଲେ । ଯୋଜନାରେ ଯେଉଁମାନେ ପ୍ରକୃତ ହିତାଧିକାରୀ ସେହିମାନେ ସହାୟତା ପାଇବେ । କିନ୍ତୁ ବର୍ତ୍ତମାନ ସେହି ତାଲିକା ପ୍ରସ୍ତୁତିରେ ଅନିୟମିତତା ଦେଖାଦେଇଛି । ଜଟଣୀ ପୌରପରିଷଦ ଅଞ୍ଚଳରେ କୋଠାଘର ପରିବାର ଙ୍କ ନାମ ରହିଛି । କଚା  ବା ଚାଳ ଘର ପରିବାରଙ୍କ ନାମ ବାଦ ପଡିଛି । ଏହାକୁ ନେଇ ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡର ଏକାଧିକ ମହିଳା ରାଜସ୍ବବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।  ଅଭିଯୋଗକାରି ମହିଳାଙ୍କ ମତରେ 'ଫନି 'ର ଯେଉଁ ତାଲିକା ପ୍ରସ୍ତୁତ ହୋଇଛି ତାହା ସମ୍ପୂର୍ଣ୍ଣ ତୃଟି ରହିଛି ।  ପ୍ରକୃତ ହିତାଧିକାରୀଙ୍କ ନାମ ବର୍ତ୍ତମାନ ତାଲିକାରେ ନାହିଁ । ଯେଉଁମାନେ ପ୍ରକୃତରେ ଧନୀ ସେହିମାନଙ୍କ ନାମ ତାଲିକାଭୁକ୍ତ ହୋଇଛି ।
ଏହି ପ୍ରତିବାଦରେ ମହିଳାମାନେ ରାଜସ୍ବବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହାକୁ ନେଇ ରାଜସ୍ବବିଭାଗ ନିରୀକ୍ଷକ ଶ୍ରୀମତୀ ଭାରତୀ ସାହୁ କୁହନ୍ତି ମୁଁ ଏ ବିଷୟରେ କିଛି ଜାଣି ନାହିଁ ।  ମୋ ପୂର୍ବରୁ ଯେଉଁ ଅଫିସର ଥିଲେ ସେ ଏହିବିଷୟରେ କହିପାରିବେ । ତୁମେମାନେ ଆସନ୍ତା ମଙ୍ଗଳବାର ଆସ ପ୍ରସ୍ତୁତ ହୋଇଥିବା ତାଲିକା ପ୍ରଦାନ କରାଯିବ ।ଅଭିଯୋଗକାରିଙ୍କ ମତରେ ମଙ୍ଗଳବାର ଆମ୍ଭମାନଙ୍କୁ ପ୍ରସ୍ତୁତି ତାଲିକା ନ ମିଳେ ତେବେ ଅଗାମୀଦିନରେ ତହସିଲ ଅଫିସ ଘେରାଉ କରାଯିବବୋଲି ଚେତାବନୀ ଦେଇଛନ୍ତି ।

ଜଟଣୀରୁ -ରଙ୍ଗନାଥ ବେହେରା

Blog Archive