ବିଶ୍ୱ ନଡିଆ ଦିବସରେ ନଡିଆ ଚାରା ରୋପଣ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାରେ ବିଶ୍ୱ ନଡିଆ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଓଡିଶା ଜୀବିକା ମିଶନ ଓଡିଶା, ସତ୍ୟବାଦୀ ପକ୍ଷରୁ ବୀରରାମଚନ୍ଦ୍ରପୁର ଗ୍ରାମର ବୃନ୍ଧାବନ ରଥଙ୍କ ବଗିଚାରେ ନଡିଆ ଚାରା ରୋପଣ କରାଯାଇଛି । ବୈଜ୍ଞାନିକ ଜ୍ଞାନ କୌଶଳ ମାଧ୍ୟମରେ ନଡିଆ ଭିତ୍ତିକ ଜିବିକାର ପୁନରୁଦ୍ଧାର କରାଯାଉଛି । ଏ ବର୍ଷ ବିଶ୍ୱ ନଡିଆ ଦିବସରେ ସ୍କୋଗାନ ରହିଛି ନଡିଆ ରେ କଲେ ନିବେଶ - ସୁରକ୍ଷିତ ହେବ ଜଗତ । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ବ୍ଳକର ଓଡିଶା ଜୀବିକା ମିଶନର ମ୍ୟାନେଜର ଶାଶ୍ୱତୀ ଦାଶ, ସଂଯୋଜିକା ଜ୍ୟୋସ୍ନାରାଣି ମିଶ୍ର, ସିଆରପି ହରପିୟା ମିଶ୍ର, ସମାଜିକ କର୍ମୀ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି