ବିଧାୟିକାଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ
ବରଗଡ଼ରୁ ନବୀନ ଦାଶ ଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ବକଟି,ଚିଚିଣ୍ଡା ଓ ପପଙ୍ଗା ଗ୍ରାମ ପଞ୍ଚାୟତ ପରିସରରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରଧାନ ମନ୍ତ୍ରୀ ଆବାସର କାର୍ଯ୍ୟାଦେଶ ବଣ୍ଟନ ସହ ମାସ୍କ ବଣ୍ଟନ କରିଛନ୍ତି । ଲୋକେ କେମିତି ମହାମାରୀରୁ ଦୁରେଇ ରହିବେ ସେ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏଥିରେ ଭେଡେନ ବ୍ଲକ ଅଧ୍ୟକ୍ଷ ଡୋଲାମଣି କ୍ଷେତି ସ୍ଥାନୀୟ ସରପଞ୍ଚ ବକଟି,ଚିଚିଣ୍ଡା ଓ ପପଙ୍ଗା ଗୌର ଦନ୍ତା, ସୁଶାନ୍ତ ସାହୁ,ପୁରୁଷୋତ୍ତମ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ଇଓ ସୁଧାଂଶୁ ଦାସ,ପ୍ରକାଶ ପ୍ରଧାନ,ସରୋଜ ଦାସ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନରେ ସହଯୋଗ କରିଥିଲେ ।
ଏଥିରେ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିବାବେଳେ ବକଟି,ବୁର୍ଦ୍ଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଛାତ୍ର ବତ୍ସଳ ଶିକ୍ଷକ ଅସିତ ପଣ୍ଡା ଦେହାନ୍ତ ହୋଇଥିବାରୁ ବୁର୍ଦ୍ଦା ଗ୍ରାମକୁ ଯାଇ ଉକ୍ତ ଶୋକସନ୍ତପ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍