Breaking News

ପ୍ରାଣୀ ଚିକିତ୍ସାଳୟ ଯାଗାକୁ ଜବର ଦଖଲ କରି ଚାଲିଛି ଘର ନିର୍ମାଣ

 କୁଜଙ୍ଗ----କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଭୁତମୁଣ୍ଡାଇ ପଞ୍ଚାୟତରେ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ବେଆଇନ୍ ଭାବେ ଜବର ଦଖଲ କରି ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ଘର ନିର୍ମାଣ କରୁଥିବା ଅଭିଯୋଗ ହେଉଛି । ଏଭଳି ବେଆଇନ୍ ଘର ନିର୍ମାଣକୁ ସ୍ଥାନୀୟ ଜନସାଧାରଣ ଦେଖିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂପର୍କରେ ଗ୍ରାମର କେତେକ ବ୍ୟକ୍ତି ରାଜସ୍ୱ ନିରୀକ୍ଷକ ଓ ସରପଞ୍ଚଙ୍କୁ ଜଣାଇଥିଲେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଉକ୍ତ ଜବର ଦଖଲ କାରି ଏକ ସ୍ଥାୟୀ ଆଜବେଷ୍ଟସ୍ ଘର ଖୋଲମ୍ ଖୋଲା ଭାବେ ନିର୍ମାଣ କରୁଛନ୍ତି । ଏଣୁ ତୁରନ୍ତ ତହସିଲଦାରଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । 

ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive