ବନ୍ୟା ପିଡିତ ରାଡୁଅ ଗ୍ରାମ ବାସୀ ରିଲିଫ ବଦଳରେ ପିଇବା ପାଣି ପାଇଁ ଦାବି କଲେ ବିଧାୟକଙ୍କୁ
ଡେଲାଙ୍ଗ ----- ଡେଲାଙ୍ଗର ଦୁଖଃ ହେଉଛି ଦୟା ଓ ଲୁଣା । ପ୍ରତିବର୍ଷ ବନ୍ୟା ନଚେତ ମରୁଡିା ଶିକାର ହେଉଛି ନିରିହ ଚାଷୀ । ବର୍ଷା ଯୋଗୁ ଏ ବର୍ଷ ଖରିଫ ଧାନ ଚାଷ ବହୁ ପଛୁଆ ହୋଇଛି । ଚାଷୀ ବିଲରେ ଧାନ ରୁଆ ବେଉଷଣ ସାରି ଟକେ ନିଶ୍ୱାସ ନେଲା ବେଳକୁ ବନ୍ୟା ଏବେ ସବୁ ପୋଛି ନେଲା ବୋଲି ଚାଷୀ ମାନେ କହୁଛନ୍ତି । ପ୍ରବାହିତ ଦୟା ଓ ଲୁଣା ନଦୀରୁ ବନ୍ୟା ପାଣି କମିଥିଲେ ମଧ୍ୟ ଡେଲାଙ୍ଗ ବ୍ଳକର ଧାନକେରା, ଅଭୟମୁଖୀ ଓ କଲ୍ୟାଣପୁର ଗ୍ରାମ ପଞ୍ଚାୟତରେ ଲୋକଙ୍କ ଦୁଖଃ ବଡିବାରେ ଲାଗିଛି । ଏପରିକି ଲୋକମାନେ ପାନୀୟ ଜଳ ଓ ଶୌଚାଳୟ ପାଇଁ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୁକ୍ରବାର ବନ୍ୟା ଅଞ୍ଚଳ ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ବୁଲିବା ସମୟରେ ରାଡୁଅ ଗ୍ରାମାବସୀ ରିଲିଫ ବଦଳରେ ସେମାନଙ୍କୁ ତୁରନ୍ତ ପାନୀୟ ଜଳ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । କଲ୍ୟାଣପୁର ବନ୍ୟା ଅଞ୍ଚଳ ବୋଟ ମାଧ୍ୟମରେ ବିଧାୟକ ଶ୍ରୀ ମହାରଥୀ ପରିଦର୍ଶନରେ ଯାଇ ଲୋକ ମାନଙ୍କ ସହିତ ବିଭିନ୍ନ ବିସୟରେ ଆଲେଚନା କରିଥିଲେ । ରାଜ୍ୟ ସରକାର ବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରିଲିଫ ସାମଗ୍ରୀ ବହୁ ଶିଘ୍ର ମିଳିବ । ଏହା ସହିତ ଯେଉଁ ମାନେ ରାଶନ କାର୍ଡରୁ ବଞ୍ଚିତ ସେ ପରିବାର ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଶନ କାର୍ଡ ପ୍ରତି ୫୦ କେଜି ଚାଉଳ ସହିତ ୫ଶହ ଟଙ୍କା ମିଳିବ ବୋଲି ବିଧାୟକ ଶ୍ରୀ ମହାରଥୀ କହିଥିଲେ । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ତହସିଲଦାର ରାଜେନ୍ଦ୍ର ଆଚାରୀଆ, ବିଡିଓ କ୍ଷୀରୋଦ୍ର ପ୍ରଧାନ, ପିପିଲି ବ୍ଳକ ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ ବନ୍ୟା ପାଣିରେ ବୁଡି ରହିଥିବା କଲ୍ୟାଣପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି